କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪/୦୮ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ଦିଲ୍ଲୀ ସ୍ଥିତ ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ମିଡ଼ିଆ ରିପୋର୍ଟ ଅନୁଯାୟୀ, ମନ୍ତ୍ରୀଙ୍କ ଫୁସଫୁସ ଓ କିଡନୀ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ରବିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି | ତାଙ୍କୁ ପୂର୍ବରୁ ହୃଦରୋଗରେ ପୀଡିତ ଅଛନ୍ତି | ୨୦୧୭ ମସିହାରେ ହୃଦରୋଗ ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ |

ଡାକ୍ତର କହିଛନ୍ତି ଯେ ରାମ ବିଳାସ ପାଶୱାନଙ୍କ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି | ତାଙ୍କ ହୃଦୟ ଭଲ ଭାବେ କାମ କରୁନାହିଁ | ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି |


ରାମ ବିଳାସ ପାଶୱାନ କେନ୍ଦ୍ର ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ | ଏହାଛଡା ସେ ବିହାର ଲୋକ ଜନଶକ୍ତି ଦଳର ଅଧ୍ୟକ୍ଷ ମଧ୍ୟ ଅଛନ୍ତି | ୩୨ ବର୍ଷରେ ସେ ୧୧ ଥର ନିର୍ବାଚନ ଲଢ଼ି ସାରିଛନ୍ତି | ସେ ୯ ଥର ବିଜୟ ହାସଲ କରିଛନ୍ତି | ସେ ୬ ପ୍ରଧାନମନ୍ତ୍ରୀଙ୍କ ସହ କାମ କରି ସାରିଛନ୍ତି | ସେ ଗତ ୫୦ ବର୍ଷ ହେଲା ରାଜନୀତି କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.