କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଅସୁସ୍ଥ

Published By : Prameya-News7 Bureau | May 01, 2019 IST

ଦିଲ୍ଲୀ ୧/୫ : ହିମାଚଳ ପ୍ରଦେଶ କିନୌର ସାଙ୍ଗଲାରେ ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏକ ରାଲିରେ ଯୋଗ ଦେବାକୁ ଯାଇଥିଲେ | ସେଠାରୁ ଫେରି ସେ କୁଫରି ଫେରିଥିଲେ | ହଠାତ ଗଡ଼କରୀ ଅସୁସ୍ଥ ହୋଇପଡିଥିଲେ | ତାଙ୍କ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବା ସମ୍ଭବପର ନଥିଲା | ସେଥିପାଇଁ ଶିମଲାରୁ ଡାକ୍ତରଙ୍କ ଏକ ଟିମ କୁଫରି ବାହାରିଛନ୍ତି | ନିତିନ ଗଡ଼କରୀ କୁଫରି ସ୍ଥିତ ଏକ ହୋଟେଲରେ ଅଛନ୍ତି |


ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଡ଼କରୀଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି | ଗଡ଼କରୀ ନିମ୍ନ ରକ୍ତଚାପ ହୋଇ ସ୍ୱାସ୍ଥ୍ୟ ବିଗିଡି ଯାଇଥିବା କହିଛନ୍ତି | ଡାକ୍ତରଙ୍କ ଟିମ ହୋଟେଲରେ ପହଂଚି ଗଡ଼କରୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିଲା ପରେ ସ୍ପଷ୍ଟ ଜଣାପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.