ମୁଖ୍ୟମନ୍ତ୍ରୀଙ୍କ ପରେ କ୍ୟାବିନେଟ ମନ୍ତ୍ରୀ ମୁଲଚନ୍ଦ ଶର୍ମା କରୋନା ପଜିଟିଭ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫/୦୮ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସମେତ ଅନେକ ନେତା କରୋନା ସଂକ୍ରମଣର ଶିକାର ହୋଇଛନ୍ତି | କ୍ୟାବିନେଟ ମନ୍ତ୍ରୀ ମୁଲଚନ୍ଦ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ବିଳମ୍ବିତ ରାତିରେ ତାଙ୍କର ରିପୋର୍ଟ ଆସିଥିଲା | ମନ୍ତ୍ରୀ ମୁଲଚାନ୍ଦ ଶର୍ମା ନିଜେ କରୋନା ପଜିଟିଭ ହୋଇଥିବା ନେଇ ଟ୍ୱିଟରରେ ସୂଚନା ଦେଇଥିଲେ | ଗତ ସପ୍ତାହରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନେ ନିଜକୁ ଆଇସୋଲେଟ କରିଦିଅନ୍ତୁ ବୋଲି ସେ କହିଛନ୍ତି | ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଧାନସଭା ଅଧ୍ୟକ୍ଷ ଜ୍ଞାନଚାନ୍ଦ ଗୁପ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.