ବରୁଣେଇରେ ପାଇକ ସ୍ମାରକୀ : ପୁରୁଣା ଥିଓରୀରେ ଜମି କଥା ଉଠେଇ ରାଜ୍ୟ କୋର୍ଟରେ ବଲ୍ ଫିଙ୍ଗି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା

Published By : Prameya-News7 Bureau | December 10, 2018 IST

ଭୁବନେଶ୍ବର୧୦|୧୨:  ଖୋର୍ଦ୍ଧା ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇରେ ତିଆରି ହେବ ପାଇକ ସ୍ମାରକୀ । ହେଲେ ଘୋଷଣା ପରେ ବି ଆଗଉନି କାମ । ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଓଡ଼ିଶା ଗସ୍ତ ବେଳେ ପୁଣି ଥିଲେ ଏହି ପ୍ରସଙ୍ଗ । ଆଉ ସବୁ ଥର ଭଳି ରାଜ୍ୟ-କେନ୍ଦ୍ର ତୁତୁ ମେଁମେଁରେ ବାହାରି ପାରିଲାନି ନିଷ୍କର୍ଷ । 

{"id":62700}

ବରୁଣେଇ ପାହାଡ଼ କେବେ କହିବ ପାଇକ ବୀରଙ୍କ କାହାଣୀ ? କେବେ ତିଆରି ହେବ ପାଇକ ବିଦ୍ରୋହର ସ୍ମାରକୀ ? ଖୋର୍ଦ୍ଧା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରସ୍ତାବିତ ପାଇକ ସ୍ମାରକୀ ଲାଗି ଛିଡ଼ୁନି ଭାଗ-ମାପ  । ମିଶୁନି କେନ୍ଦ୍ର-ରାଜ୍ୟର ମନ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା କୋଣାର୍କ ସୁରକ୍ଷା ବୈଠକରେ ଉଠିଥିଲା ପାଇକ ସ୍ମାରକୀର କଥା । ପୁରୁଣା ଥିଓରୀରେ ଜମି କଥା ଉଠେଇ ରାଜ୍ୟ କୋର୍ଟରେ ବଲ୍ ଫିଙ୍ଗି ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କୁ କାଉଣ୍ଟରରେ, ଜମି କଥା ନ କହି ପାଇକ ସ୍ମୃତି ରକ୍ଷା ଲାଗି ରାଜ୍ୟ ସରକାରଙ୍କ ଆକ୍ଟିଭିଟିକୁ ଗୋଟି ଗୋଟି ଥୋଇଥିଲେ ରାଜ୍ୟ ସଂସ୍କୃତି ମନ୍ତ୍ରୀ । 

{"id":62701}

୧୬ଟି ସାମାଜିକ ସଂଗଠନ ପାଇକ ସ୍ମାରକୀ ପ୍ରତିଷ୍ଠା କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବିରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଅସୁବିଧା ଗୁଡ଼ିକୁ ରାଜ୍ୟ-କେନ୍ଦ୍ର ମିଶି ସମାଧାନ କରିବାକୁ ଦାବି କରିଥିଲେ । ଏତେ ସବୁ ପରେ ବି ପାଇକଙ୍କ ଲାଗି ଏକାଠି ଆଗେଇବା ଦୂରର କଥା, ବୈଠକ ବାହାରେ ବିଜେପି-ବିଜେଡି ତୁତୁ ମେଁମେଁ ଥମି ନ ଥିଲା । ଲାଗୁଥିଲା ଯେମିତି ପାଇକ ସ୍ମାରକୀ ପ୍ରତିଷ୍ଠାରୁ ମିଳିବାକୁ ଥିବା ମାଇଲେଜରୁ କେନ୍ଦ୍ର ଓ ରାଜ୍ୟ କେହି ବି କାଣିଚାଏ କମ୍ପ୍ରମାଇଜ କରିବା ଲାଗି ପ୍ରସ୍ତୁତ ନାହାନ୍ତି । ତେଣିକି ପ୍ରକଳ୍ପ କାମ ଯେତେ ବିଳମ୍ବିତ ହେଉଛି ହେଉ । 

{"id":62702}

ଇଂରେଜ ସରକାର ବିରୋଧରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ହେଉଛି ଖୋର୍ଦ୍ଧାର ପାଇକ ବିଦ୍ରୋହ । ବିଳମ୍ବରେ ହେଲେ ବି ସାରା ଦେଶ ଏବେ ଏହାକୁ ସ୍ବୀକାର କରୁଛି । କିନ୍ତୁ ସେହି ପାଇକଙ୍କ ସ୍ମାରକୀ ପ୍ରତିଷ୍ଠାରେ ଆନ୍ତରିକତା ଠାରୁ ରାଜନୀତି ବେଶୀ ହେବା ଭଳି ଲାଗୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.