ଆଜି କ୍ୟାବିନେଟ ବୈଠକ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ୱର ୨୪/୮ : ଆଜି ସଚିବାଳୟ ଠାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ | ଏହି ବୈଠକରେ କଳିଙ୍ଗ ଶିକ୍ଷା ଶକ୍ତି ଯୋଜନା, ପରିବହନ ରୁଲ ପରିବର୍ତନ, ବିଧାନ ପରିଷଦ ଆଦି ୭ ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଏଥିରେ ମୋହର ଲାଗିବାର ସମ୍ଭାବନ ରହିଛି | ସେପ୍ଟେମ୍ବର ୪ ତାରିଖରେ ବିଧାନ ସଭା ମୌସୁମୀ ଅଧିବେଶନ ପୂର୍ବରୁ ସରକାର ଏହି ୭ଟି ପ୍ରସଙ୍ଗରେ କ୍ୟାବିନେଟ ଅନୁମୋଦନ ଆବଶ୍ୟକ କରୁଥିଲେ | ୨ ଦିନ ତଳେ ମନ୍ତ୍ରୀ ପରିଷଦ ବୈଠକରେ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.