ଆଜି ବସିବ କ୍ୟାବିନେଟ୍ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର

Published By : Prameya-News7 Bureau | May 21, 2021 IST

ଭୁବନେଶ୍ୱର,୨୧/୦୫: ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ୍ ବୈଠକ ବସିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହାକୁ ନଜରରେ ରଖି ଶୁକ୍ରବାର ବସିବାକୁ ଥିବା କ୍ୟାବିନେଟ୍ ବୈଠକ ଅନେକ ଗୁରୁତ୍ୱ ବହନ କରୁଛି । ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ । ଏହ ଭିଡିଓ କନଫରେନ୍ସିଂରେ ଆୟୋଜିତ ହେବ ।

ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଏହାସହ କ୍ୟାବିନେଟ୍ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.