ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଆସିପାରେ ୧୨ରୁ ଅଧିକ ପ୍ରସ୍ତାବ
28/12/2020 at 7:23 AM

ଭୁବନେଶ୍ୱର ୨୮।୧୨: ଆଜି ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ବସିବ । ସନ୍ଧ୍ୟା ୫ଟା ୩୦ ମିନିଟ୍ ରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।
ତେବେ ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଆସିପାରେ। ଭୁବନେଶ୍ବରରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବସିବେ ଓ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ ସିଂ ମାଧ୍ୟମରେ ବୈଠକରେ ସାମିଲ ହେବେ। ଏଥର କ୍ୟାବିନେଟ୍ ରେ ସମବାୟ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଏପିଏମ୍ ଅଧ୍ୟାଦେଶ ପ୍ରସ୍ତାବ ତୃତୀୟ ଥର ପାଇଁ ଆସୁଛି।
Related Posts
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ
20 January 2021
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
20 January 2021