ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ କିଛି ବଡ଼ ଘୋଷଣା

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪।୧୨: ସୋମବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଧ୍ୟା ୫ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ କ୍ୟାବିନେଟ୍‌ର ଏହି ଜରୁରୀ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ଗତ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ସୋମବାର ବୈଠକକୁ ନେଇ ଉତ୍କଣ୍ଠା ବଢ଼ିଛି । ସମ୍ଭବତଃ ଏହି ବୈଠକରେ ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସୋମବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରସ୍ତାବକୁ ମୋହର ଦେଇପାରେ କ୍ୟାବିନେଟ । ନିକଟରେ ମୁଖ୍ୟମନ୍ତ୍ରୀ ଏକାମ୍ର ଯୋଜନାର ସମୀକ୍ଷା କରିବା ସହ ଲିଙ୍ଗରାଜ ମନ୍ଦିର ଚାରିପାଖ ଅଞ୍ଚଳ ବୁଲି ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଥିଲେ ।  । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିର ସେବାୟତମାନଙ୍କ ସହ କଥା ହୋଇଥିଲେ । ଲିଙ୍ଗରାଜ ମନ୍ଦିର ଆଇନ ପାଇଁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦାବିକୁ ପୂରଣ କରିବାକୁ କଥା ଦେଇଥିଲେ । ତେଣୁ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ସେହିପରି କୃଷୀକୁ ନେଇ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.