Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଧାନ ସଂଗ୍ରହ ,ଟମ୍‌କା-ମଙ୍ଗଳପୁର୪ ଲେନ୍ ରାସ୍ତା, ବରମୁଣ୍ଡା ବସ୍ ଟର୍ମିନାଲ ନିର୍ମାଣକୁ କ୍ୟାବିନେଟ୍ ମୋହର

26/09/2019 at 5:52 PM

ଭୁବନେଶ୍ୱର ୨୬।୦୯-  କ୍ୟାବିନେଟରେ ୧୦ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ବାଜିଛି ମୋହର । ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିର୍ମାଣ ପର୍ଯ୍ୟନ୍ତ ଅନେକ ନିସ୍ପତ୍ତି ନିଆଯାଇଛି କ୍ୟାବିନେଟ ବୈଠକରେ । ବସୁଧା ଯୋଜନାରେ ନୀଳଗିରି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ, ଟମ୍‌କା-ମଙ୍ଗଳପୁର୪ ଲେନ୍ ରାସ୍ତା ଆଦି ନିର୍ମାଣ ପାଇଁ କ୍ୟାବିନେଟ୍ ନଷ୍ପତ୍ତି ନେଇଛି ।

ଚଳିତ ବର୍ଷ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି ୬୦  ଲକ୍ଷ ମେଟ୍ରିକ ଟନଦରକାର ହେଲେ ଏହି ସୀମା ଆହୁରି ବଢିପାରେ । ଧାନ ସଂଗ୍ରହ ପାଇଁ ଯେଉଁ ପ୍ରକ୍ରିୟା ରହିଛି ସେଥିରେ ଅଧିକା ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବ । ଏଣିକି ୭୨ ଘଣ୍ଟା ବଦଳରେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଅର୍ଥ ମିଳିଯିବ । ଯେଉଁ ମିଲରମାନେ ଚାଷୀଙ୍କ ଠାରୁ ଧାନ ନେଇ ଦେୟ ବକେୟା ରଖିଥିବେ ସେମାନେ ଏବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାସହ ୧୦ଟି ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ମୋହର ବାଜିଛି । ଯେଉଁଥିରେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡକୁ ଆନ୍ତଃରାଜ୍ୟ ବସ ଟର୍ମିନାଲ କରିବା ପାଇଁ ଟେଣ୍ଡର ଅନୁମୋଦନ ହୋଇଛି । ୧୬୦ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ବସ ଟର୍ମିନାଲ । ଦୁଇ ବର୍ଷ ଭିତରେ କାର୍ଯ୍ୟ ସରିବ । ବିଡିଏର ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ ବରମୁଣ୍ଡା ବସ୍ ଟର୍ମିନାଲ । ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟୀତ୍ୱ ନେବ ସମ୍ପୃକ୍ତ ସଂସ୍ଥା। ସେହିଭଳି ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୩୨ ଜଣ କୋର୍ଟ ମ୍ୟାନେଜରଙ୍କୁ ନିୟମିତ କରାଯିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ହାତକୁ ନେଇଛନ୍ତି ସରକାର । ଏଥିପାଇଁ ୧୪୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ୯୦ ଲକ୍ଷ ଲୋକ ଉପକୃତ ହେବେ । ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ସରିବ । ସେହିଭଳି ଯାଜପୁର ଜିଲ୍ଲାର ଟମକା- ମଙ୍ଗଳପୁର ରାସ୍ତା ଚାରିଲେନ ହେବ । ଏଥିପାଇଁ ଡିଏମ୍‌ଏଫ୍‌ ଫଣ୍ଡ ରୁ ୧୧୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଲାଙ୍ଗିର ଓ ବାଲେଶ୍ବରରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ପାଇଁ ୫୦୦ ଶଯ୍ୟା ବିଶିଷ୍ଟ  ମେଡିକାଲ ପ୍ରତିଷ୍ଠା ହେବ । ଏଥିପାଇଁ ଉଭୟ ବାଲେଶ୍ବର ପାଇଁ ୧୪୫ କୋଟି ୬୦ ଲକ୍ଷ ଟଙ୍କା ଏବଂ ବଲାଙ୍ଗିର ପାଇଁ ୧୪୫ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ଏହି କାମ ଅଢେଇ ବର୍ଷରେ ସାରିବାକୁ ନିଷ୍ପତ୍ତି ହୋଇଛି ।

ସେହିଭଳି ଓଡିଶା ଟିକସ ଓ ହିସାବ ସେବା ନିୟମ, ୨୦୧୧ କୁ ସଂଶୋଧନ କରାଯାଇଛି । ଯେଉଁଥିରେ ନିଯୁକ୍ତି ପ୍ରକ୍ରିୟାରେ କେତେକ ପରିବର୍ତ୍ତନ କରାଯାଇଛି ।

   Related Posts