ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ଲକ୍‌ଡାଉନ୍ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି, ରେଳ-ବିମାନ ସେବା ସ୍ଥଗିତ ରଖିବାକୁ ସୁପାରିଶ, ଜୁନ୍ ୧୭ ଯାଏଁ ସ୍କୁଲ-କଲେଜ ବନ୍ଦ

Published By : Prameya-News7 Bureau | April 09, 2020 IST

ଭୁବନେଶ୍ୱର ୦୯।୦୪: ରାଜ୍ୟ କ୍ୟାବିନେଟ୍‌ରେ ବୈଠକରେ ଗୁରୁତପୂର୍ଣ୍ଣ ନିଷ୍ପତ୍ତି। ଲକ୍‌ଡାଉନ୍ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି । ଜୁନ୍ ୧୭ ଯାଏଁ ରାଜ୍ୟର ସ୍କୁଲ-କଲେଜ ବନ୍ଦ ରହିବ। ଏଥିସହିତ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ। ଏଥିସହିତ ଏପ୍ରିଲ ୩୦ ପର୍ଯ୍ୟନ୍ତ ରେଳ ଏବଂ ବିମାନ ଚଳାଚଳ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏପରି କିଛି ନିଷ୍ପତ୍ତି ସହ ମୋଟ୍ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । କ୍ୟାବିନେଟ୍ ବୈଠକ ଶେଷ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୂଚାଉଛନ୍ତି ଯେ, ଆସନ୍ତା ଜୁନ୍‌ ୧୭ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଲକ୍‌ଡାଉନ୍‌ର ଅବଧିକୁ ୧୫ ଦିନ ବୃଦ୍ଧି ସହ ରେଳ ଓ ବିମାନସେବା ଭଳି କେନ୍ଦ୍ରୀୟ ପରିଚାଳିତ ସେବାକୁ ୨୧ ଦିନ ଲକଡାଉନ୍‌ ପରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଚିଠି ଲେଖିଯାଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ସବୁ ବ୍ୟତୀତ ରାଜ୍ୟରେ ଫସିରହିଥିବା ଅନ୍ୟରାଜ୍ୟର ଶ୍ରମିକମାନଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯିବ । ସେହିପରି ରାଜ୍ୟରେ କୋଭିଡ-୧୯ ଟେଷ୍ଟିଂ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ରାଜ୍ୟରେ ଏକ ଲକ୍ଷ ରାପିଡ ଟେଷ୍ଟିଂ ସୁବିଧା ବିକାଶ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିସହ ଯେଉଁ ଡାକ୍ତରମାନେ ଅନୁରୋଧ ରକ୍ଷା କରି ଟେଲିମେଡିିିସିନ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.