Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କ୍ୟାବିନେଟ୍‌ରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ନିର୍ମାଣ ହେବ ୪ ବିଜୁ ଏକ୍ସପ୍ରେସ୍ ଓ୍ୱେ

10/06/2021 at 7:51 AM

ଭୁବନେଶ୍ୱର ୧୦/୦୬: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ ହେବ । ୧୭୪ କିଲୋମିଟର ବିଶିଷ୍ଟ ରାସ୍ତାରେ ମୋଟ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ସେହିପରି ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ଓଏଏସ୍ ପାହ୍ୟାରେ ଥିବା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୯୦୩ରୁ ୨୧୨୩କୁ ବୃଦ୍ଧି ପାଇଛି। ଓଏଏସ୍ ପଦବୀର ବରିଷ୍ଠ ପାହ୍ୟାରେ ଏହି ମୋଟ ୨୨୦ଟି ପଦବୀ ସୃଷ୍ଟି ହୋଇଛି ଓ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ସମାନ ରହିଛି। ସେହପରି ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଓଡ଼ିଶା ପ୍ରଶାସନିକ ସେବା କ୍ୟାଡ଼ରର ପୁନର୍ବିନ୍ୟାସ କରାଯାଇଛି। ସେହିପରି ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

୨୦୨୦ ଡିସେମ୍ବର ୨୮ତାରିଖରେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ-୨୧ରେ ଥିବା ବ୍ୟବସ୍ଥାରେ ସଂଶୋଧନ ଆବଶ୍ୟକ ହୋଇଥିଲା, ଯାହାକୁ କ୍ୟାବିନେଟ ଆଜି ସଂଶୋଧନ ପାଇଁ ମଞ୍ଜୁରୀ ଦେଇଛନ୍ତି।ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ ୨୧ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତଥା ଏହାର ମୂଲ୍ୟ ବିଷୟରେ ଏକ ସତ୍ୟ ଓ ସମ୍ପୂର୍ଣ୍ଣ ଘୋଷଣା କରିବା ଆବଶ୍ୟକ। ରାଜ୍ୟ କ୍ୟାବିନେଟ ୨୦୨୦ ଡିସେମ୍ବର ୨୮ରେ ନେଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ। ଏହାକୁ ସାଧାରଣ ଲୋକଙ୍କ ସୂଚନା ପାଇଁ ସାର୍ବଜନୀନ କରାଯିବ।

   Related Posts