ତିରଥ ସିଂହ ରାଓ୍ବତଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ, ୧୧ ନୂଆ ଚେହେରା ସାମିଲ

Published By : Prameya-News7 Bureau | March 12, 2021 IST

ଡେରାଡୁନ୍‌ ୧୨/୦୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁକ୍ରବାର ତିରଥ ସିଂହ ରାଓ୍ବତ କ୍ୟାବିନେଟ୍‌ ବିସ୍ତାର କରିଛନ୍ତି। ଏହି ସମୟରେ ୧୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିରେ ବଂଶୀଧର ଭଗତ, ସତପାଲ ମହାରାଜ, ହରକ ସିଂହ ରାଓ୍ବତ, ସୁବୋଧ ଉନିୟାଲ୍‌, ୟଶପାଲ ଆର୍ଯ୍ୟ, ଧନ ସିଂହ ରାଓ୍ବତ, ବିଶନ ସିଂହ ଚୁଫାଲ, ଅରବିନ୍ଦ ପାଣ୍ଡେୟ, ଗଣେଷ ଯୋଶୀ, ରେଖା ଆର୍ଯ୍ୟା ଏବଂ ସ୍ବାମୀ ଯତିଶ୍ବରାନନ୍ଦ ସାମିଲ ହୋଇଛନ୍ତି।

ଏମାନଙ୍କ ବ୍ୟତୀତ ପୂରୁଣା ଚେହେରା ମନ୍ତ୍ରୀ ମଣ୍ଡଳରେ ଅପରିବର୍ତ୍ତିତ ରହିଛନ୍ତି। ଅନ୍ୟପଟେ ତ୍ରିବେନ୍ଦ୍ର ରାଓ୍ବତଙ୍କ ସରକାରରେ ଶକ୍ତିଶାଳୀ ମନ୍ତ୍ରୀ ଥିବା ମଦନ କୈଶିଶଙ୍କୁ ବାଦ ଦିଆଯାଇଛି ।ପାର୍ଟି ତାଙ୍କୁ ରାଜ୍ୟର ଦାୟିତ୍ବ ଅର୍ପଣ କରିଛି। ତିରଥ ସିଂହ ରାଓ୍ବତଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅରବିନ୍ଦ ପାଣ୍ଡେୟ ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି।

ଅରବିନ୍ଦ ପାଣ୍ଡେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ କ୍ୟାବିନେଟରେ ଶିକ୍ଷା ମନ୍ତ୍ରୀ ଥିଲେ। ତିରଥ ସିଂହ ରାଓ୍ବତଙ୍କ କ୍ୟାବିନେଟ୍‌ରେ ଗଣେଶ ଯୋଶୀ ନୂଆ ଚେହେରା ଭାବେ ମଧ୍ୟ ସାମିଲ ହୋଇଛନ୍ତି। ଧନ ସିଂହ ରାଓ୍ବତ, ରେଖା ଆର୍ଯ, ଯତୀଶ୍ବରାନନ୍ଦ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.