ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ: କ୍ୟାବିନେଟର ନିଷ୍ପତ୍ତି
28/12/2020 at 8:55 PM

ଭୁବନେଶ୍ୱର୨୮/୧୨: ପିଲାଙ୍କ ପାଠ୍ୟକ୍ରମ ସଂପର୍କରେ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ ସଂପର୍କରେ ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ରହିବ। ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ । ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଶିକ୍ଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ। ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ। ଏହା ସହ ଅପ୍ରାସଙ୍ଗିକ ପୁରୁଣା ଆଇନ ହଟାଇବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୧୯୭୪ ମସିହାରୁ ୨୦୧୬ ମଧ୍ୟରେ ପ୍ରଣିତ ୨୦୬ଟି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି ।
Related Posts
ଦାବି ପୂରଣ ହେଲେ ଭିକ୍ଷାବୃତ୍ତିରୁ ନିବୃତ୍ତ ହେବାକୁ ଶପଥ ନେବେ କିନ୍ନର
27 January 2021