କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆଉ ୩ ମାସ ସରକାର ଭରିବେ କର୍ମଚାରୀଙ୍କ ଇପିଏଫ୍

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୮।୭: କେନ୍ଦ୍ର ସରକାର ବ୍ୟବସାୟୀ ଓ କର୍ମଚାରୀଙ୍କ ଲାଗି ଏମ୍ପ୍ଲଇ ପ୍ରେଭିଡେଣ୍ଟ ଫଣ୍ଡ (ଇପିଏଫ)ରେ ୨୪ ପ୍ରତିଶତ ସହାୟତା ଅଧିକ ୩ ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି। ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ଇପିଏଫ ଅଂଶଦାନ ଅର୍ଥାତ କର୍ମଚାରୀଙ୍କ ୧୨ ଓ ନିୟୋଜକଙ୍କ ୧୨ ମୋଟ ୨୪ ପ୍ରତିଶତ ସରକାର ଆଉ ୩ ମାସ ପର୍ଯ୍ୟନ୍ତ ପୈଠ କରିବେ ବୋଲି ନିଷ୍ପତ୍ତି ହୋଇଥିବା ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି।

ଜାବଡେକର କହିଛନ୍ତି ଯେ ଇପିଏଫ ଅଂଶଦାନ ବାବଦେ ସରକାର ୪ ହଜାର ୮୬୦ କଟି ଟଙ୍କା ପୈଠ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଦେଶର ୩.୬୭ ଲକ୍ଷ ନିଯୁକ୍ତିଦାତା ଓ ୭୨ ଲକ୍ଷ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବ ବୋଲି ଜାବଡେକର ଆଶାବ୍ୟକ୍ତ କରିଛନ୍ତି।  କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ପ୍ୟାକେଜ୍‌ ଅନ୍ତର୍ଗତ ଯେଉଁ କମ୍ପାନୀ ୧୦୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଓ କର୍ମଚାରୀଙ୍କ ସର୍ବାଧିକ ବେତନ ୧୫ ହଜାରରୁ କମ୍‌ ସେ କ୍ଷେତ୍ରରେ ସରକାର ଉଭୟ କମ୍ପାନୀ ଓ କର୍ମଚାରୀଙ୍କ ୨୪ ପ୍ରତିଶତ ଅଂଶ ଧନ ନିଜେ ବହନ କରିଛନ୍ତି।

ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାର୍ବଜନିକ କ୍ଷେତ୍ରର ଓରିଏଣ୍ଟାଲ ଇନସ୍ୟୁରାନ୍ତ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନସ୍ୟୁରେନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରେନ୍ସ କମ୍ପାନୀ ଲିମିଟେଡ୍ ଲାଗି ୧୨ ହଜାର ୪୫୦ କୋଟି ଟଙ୍କାର ପୁଞ୍ଜିଗତ ନିବେଶକୁ ମଧ୍ୟ ମଞ୍ଜୁରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.