ଜାନୁଆରୀ ୩୧ରୁ କେନ୍ଦ୍ରର ବଜେଟ୍ ଅଧିବେଶନ ଆରମ୍ଭ

Published By : Prameya-News7 Bureau | January 09, 2020 IST

ଦିଲ୍ଲୀ୯/୧: ଜାନୁଆରୀ ୩୧ରୁ କେନ୍ଦ୍ରର ବଜେଟ୍ ଅଧିବେସନ । ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟି ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ କରିବାକୁ ଅନୁମୋଦନ ଦେଇଛି । ଜାନୁଆରୀ ୩୧ରୁ ଏପ୍ରିଲ ୩ ମଧ୍ୟରେ ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଚଳାଇବାକୁ ଅନୁମୋଦନ ମିଳିଛି । ଗତବର୍ଷ ଭଳି ଏଥର ମଧ୍ୟ ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ ହେବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ମୋଦି ସରକାରଙ୍କ କାର୍ଯ୍ୟକାଳରେ ସାଧାରଣ ବଜେଟ ଫେବୃୟାରୀ ପ୍ରଥମ ସପ୍ତାହରେ ଉପସ୍ଥାପନ କରାଯାଉଛି । ଏହା ପୂର୍ବରୁ ଫେବୃୟାରୀ ଶେଷ ସପ୍ତାହରେ ସାଧାରଣ ବଜେଟ ଉପସ୍ଥାପନ କରାଯିବାର ପରଂପରା ଥିଲା । ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୩୧ରୁ ଫେବୃୟାରୀ ୧୧ ଯାଏଁ ଚାଲିବ ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହା ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ସୂଚନାଯୋଗ୍ୟ ବଜେଟ ଅଧିବେଶନର ୨ଟି ପର୍ଯ୍ୟାୟ ମଧ୍ୟରେ ସାଧାରଣତଃ ଏକ ମାସ ସମୟ ବ୍ୟବଧାନ ରଖାଯାଇଥାଏ । କାରଣ ଏହାରି ମଧ୍ୟରେ ସଂସଦୀୟ କମିଟି ବିଭିନ୍ନ ମନ୍ତ୍ରାଳୟ ଗସ୍ତ କରି ବଜେଟ ଆବଣ୍ଟନ ସଂପର୍କିତ ପରୀକ୍ଷା ନିରୀକ୍ଷା କରିଥାନ୍ତି । କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ଉପରେ ରାଷ୍ଟ୍ରପତି ଉଭୟ ଗୃହ ଚଳାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେବ ପ୍ରଥମ ପୂର୍ଣ୍ଣ ବଜେଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.