କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ନିଷ୍ପତ୍ତି, ଆତଙ୍କବାଦ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
15/02/2019 at 10:36 AM

ନୂଆଦିଲ୍ଲୀ ୧୫|୨: ଜମ୍ମୁକାଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ପୁଲଓ୍ବାମା ହମଲାର ସମସ୍ତ ତଥ୍ୟ ସରକାର ପ୍ରସ୍ତୁତ କରିବେ । ପାକିସ୍ତାନର ହାତ ଥିବା ନେଇ ସମସ୍ତ ପ୍ରମାଣ ଦେବ । ଭାରତ ସରକାର ଜାରି କରିବେ ବୟାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ । ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ବୈଠକ । ସହିଦ ଯବାନଙ୍କୁ ବୈଠକରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସିସିଏସ୍ ବୈଠକରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ସହିଦଙ୍କ ପରିବାରକୁ ମରଶରୀର ପ୍ରଦାନ କରାଯିବ ।
ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ, ପ୍ରତିରକ୍ଷା ନିର୍ମଳା ସୀତାରମଣ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥିତ ଥିଲେ । ସେନା ମୁଖ୍ୟ, ନୌସେନା ମୁଖ୍ୟ, ବାୟୁସେନା ମୁଖ୍ୟ ବୈଠକରେ ଉପସ୍ଥିତ ଥିଲେ । ଏନଏସଏ ଅଜିତ ଡୋଭାଲ, ସିଆରପିଏଫ୍ ଡିଜି ମଧ୍ୟ ଉପସ୍ଥିତ ଥିଲେ ।