କ୍ୟାବିନେଟ କମିଟିରେ ମାଣ୍ଡଭିୟ, ସିନ୍ଧିଆ ଓ ଇରାନୀଙ୍କୁ ସ୍ଥାନ : ଓଡ଼ିଶାରୁ ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ଗୁରୁଦାୟିତ୍ୱ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩/୭ : କେନ୍ଦ୍ର କ୍ୟାବିନେଟରେ ସମ୍ପ୍ରସାରଣ ପରେ ବର୍ତ୍ତମାନ କ୍ୟାବିନେଟ କମିଟିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । କମିଟିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଯୁବ ନେତାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ଏହି କମିଟିରେ ସ୍ମୃତି ଇରାନୀ, ଭୁପେନ୍ଦ୍ର ଯାଦବ ଏବଂ ସର୍ବାନନ୍ଦ ସୋନୱାଲ, ମନସୁଖ ମଣ୍ଡଭିୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଗିରିରାଜ ସିଂଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି ।

ତେବେ ଭୁପେନ୍ଦ୍ର ଯାଦବଙ୍କୁ କମିଟିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିରେ ଭୁପେନ୍ଦ୍ର ଯାଦବ, ସ୍ମୃତି ଇରାନୀ, ସର୍ବାନନ୍ଦ ସୋନୱାଲ, ମନସୁଖ ମାଣ୍ଡଭିଆ, ଗିରିରାଜ ସିଂ ଏଣ୍ଟ୍ରି ମାରିଛନ୍ତି । ନିବେଶ ଏବଂ ଅଭିବୃଦ୍ଧି ପାଇଁ କ୍ୟାବିନେଟ କମିଟିରେ ନାରାୟଣ ରାଣେ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

wp:html /wp:html

ରୋଜଗାର ଏବଂ ଦକ୍ଷତା ସମ୍ପର୍କିତ କମିଟିରେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ହାର୍ଦ୍ଦିକ ପୁରୀ, ଆରସିପି ସିଂଙ୍କୁ ସୁଯୋଗ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କମିଟିର ନିର୍ଦ୍ଦେଶ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ସଂସଦୀୟ କମିଟି କମିଟିରେ ଅର୍ଜୁନ ମୁଣ୍ଡା, ବିରେନ୍ଦ୍ର କୁମାର, କିରେନ ରିଜିଜୁ, ଅନୁରାଗ ଠାକୁର ସ୍ଥାନ ପାଇଛନ୍ତି ।

wp:gallery {"ids":[479795],"linkTo":"none"} /wp:gallery

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ, ଅଶ୍ୱିନୀ ବୈଷ୍ଣବ, କିରଣ ରିଜିଜୁ, ଅନୁରାଗ ଠାକୁରଙ୍କ ଭଳି ଯୁବ ଚେହେରା ମଧ୍ୟ ଏଥର କ୍ୟାବିନେଟ କମିଟିରେ ସ୍ଥାନ ପାଇଛନ୍ତି । ତେବେ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର ହର୍ଷବର୍ଦ୍ଧନଙ୍କ ପରି ବଡ ଚେହେରା କ୍ୟାବିନେଟରୁ ବାହାରିଛନ୍ତି । ଏଥିସହିତ ହର୍ଷବର୍ଦ୍ଧନ ଏବଂ ସଦାନନ୍ଦ ଗୌଡା କିଛି କମିଟିରେ ରହିଛନ୍ତି । ନିଯୁକ୍ତି, ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.