Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର: ବଢ଼ିଲା ଖରିଫ ଫସଲ ଏମଏସପି , ଧାନ କ୍ବିଣ୍ଟାଲ୍‌ ୧୯୪୦ ଟଙ୍କା

9/06/2021 at 4:26 PM

ନୂଆଦିଲ୍ଲୀ ୯/୬: ସାବିତ୍ରୀ ପୂର୍ବରୁ ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ବଢ଼ାଇବା ଉପରେ ନିଷ୍ପତ୍ତି ହୋଇଛି। ସରକାର ବିଭିନ୍ନ ଖରିଫ ଫସଲର ଏମଏସପି ୫୦ରୁ ୬୨ ପ୍ରତିଶତ ପର୍ଯ୍ୟନ୍ତ ଏମଏସପି ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଅନ୍ୟ କିଛି ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ସିଜନ ୨୦୨୧-୨୨ ପାଇଁ ଖରିଫ ଫସଲର ଏମଏସପି ଲାଗୁ ହେବ। ତେବେ ମିଳିଥିବା ସୂଚନା ଅନୁସାରେ ଧାନର ଏମଏସପି ୭୨ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଧାନର ଏମଏସପି ୧୮୬୮ ଟଙ୍କା ହୋଇଥିଲା ।  ଚଳିତ ବର୍ଷ ରାଶି ଉପ​‌ରେ ଏମଏସପି ବଢ଼ିଛି । ରାଶିର ଏମଏସପି କ୍ବିଣ୍ଟାଲ୍‌ ପିଛା ସର୍ବାଧିକ ୪୫୨ ଟଙ୍କା ବଢ଼ିଛି । ସେହିଭଳି ହରଡ ଏବଂ ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କା ପ୍ରତି କ୍ବିଣ୍ଟାଲ୍‌ ବଢ଼ିଥିବା ଜଣାପଡ଼ିଛି ।

ଅନ୍ୟପଟେ ବାଦାମ ଏବଂ ନାଇଜରସିଡ୍‌ ଉପ​ରେ ଯଥାକ୍ରମେ ୨୭୫ ଏବଂ ୨୩୫ ଟଙ୍କା ବୃଦ୍ଧି ହୋଇଛି ।  ତେବେ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏହା ସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ‘ରେଲଓ୍ବେକୁ ୭୦୦ ମେଗାହର୍ଟଜ୍‌ ବ୍ୟାଣ୍ଡରେ ୫ ମେଗାହର୍ଟଜ ସ୍ପେକ୍ଟ୍ରମ୍‌ ଦିଆଯିବ। ଏହା ଦ୍ବାରା ରେଳବାଇ ନିଜର ସଂଚାର ପ୍ରଣାଳୀରେ ସୁଧାର ଆଣିପାରିବ।’ ଏହା ସହ ରେଲଓ୍ବେରେ ସିଗନାଲ୍‌ ଆଧୁନିକୀକରଣ ଏବଂ ୫ଜି ସ୍ପେକ୍ଟ୍ରମ୍‌ କ୍ରିୟାନ୍ବୟନ ଉପରେ ଆଗାମୀ ୫ ବର୍ଷରେ ୨୫୦୦୦ କୋଟି ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

   Related Posts