ଦେଶରେ ହେବ ୪ ବଡ ବ୍ୟାଙ୍କ, ୧୦ ବ୍ୟାଙ୍କର ହେବ ମିଶ୍ରଣ, କ୍ୟାବିନେଟ୍ ଦେଲା ମଞ୍ଜୁରୀ

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୦୪।୦୩- କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ୧୦ ସରକାରୀ ବ୍ୟାଙ୍କର ବିଲୟ କରି ଚାରୋଟି ବଡ ବ୍ୟାଙ୍କ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ମନ୍ତ୍ରିମଣ୍ଡଳ ବ୍ୟାଙ୍କ ବିଲୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଏବଂ ସରକାର ସେହି ବ୍ୟାଙ୍କ ସହିତ କ୍ରମାଗତ ଯୋଗାଯୋଗରେ ଅଛନ୍ତି। ସଂପ୍ରତି ବ୍ୟାଙ୍କ ବିଲୟ ପ୍ରକ୍ରିୟା ଜାରି ରହିଛି ଏବଂ ଏହାର ନିଷ୍ପତ୍ତି ପ୍ରତ୍ୟେକ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ ପୂର୍ବରୁ ନେଇ ସାରିଛନ୍ତି। ଉଲ୍ଲେଯୋଗ୍ୟ, ନରେନ୍ଦ୍ର ମୋଦୀ ସରକାର ଗତ ବର୍ଷ ଅଗଷ୍ଟ ମାସରେ ବ୍ୟାଙ୍କର ମହା ମିଶ୍ରଣର ଘୋଷଣା କରିଥିଲେ।

ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କ ହେବ ପିଏନବି

ଯୋଜନା ଅନୁଯାୟୀ, ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ(UBI) ତଥା ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ(OBC)ର ବିଲୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ହେବ। ଏହା ପରେ ପିଏନବି ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କରେ ପରିଣତ ହେବ।

ଅନ୍ୟପଟେ ସିଣ୍ଡିକେଟ୍ ବ୍ୟାଙ୍କରେ କାନରା ବ୍ୟାଙ୍କ୍, ଆହ୍ଲାବାଦ ବ୍ୟାଙ୍କ ତଥା ଇଣ୍ଡିଆନ ବ୍ୟାଙ୍କକୁ ମିଶ୍ରଣ କରାଯିବ। ଏହି ପରି ଆନ୍ଧ୍ରା ବ୍ୟାଙ୍କ ତଥା କର୍ପୋରେସନ ବ୍ୟାଙ୍କକୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ(UBI) ରେ ମିଶ୍ରଣ କରାଯିବ।

ଏହି ସବୁ ବ୍ୟାଙ୍କର ହେବ ବିଲୟ

ବିଲୟ-୧

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ତଥା ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ(ହେବ ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କ, କାରବାର- ୧୭.୯୫ ଲକ୍ଷ କୋଟି)

ବିଲୟ-୨

କାନରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କ(ଚତୁର୍ଥ ସବୁଠୁ ବଡ ବ୍ୟାଙ୍କ, କାରବାର- ୧୫.୨୦ ଲକ୍ଷ କୋଟି ଟଙ୍କା)

ବିଲୟ-୩

ୟୁନିୟନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ(ପଞ୍ଚମ ସବୁଠୁ ବଡ ବ୍ୟାଙ୍କ, କାରବାର- ୧୪.୬ ଲକ୍ଷ କୋଟି ଟଙ୍କା)

ବିଲୟ-୪

ଇଣ୍ଡିଆନ ବ୍ୟାଙ୍କ, ଆହ୍ଲାବାଦ  ବ୍ୟାଙ୍କ(ସପ୍ତମ ସବୁଠୁ ବଡ ବ୍ୟାଙ୍କ, କାରବାର- ୮.୦୮ ଲକ୍ଷ କୋଟି ଟଙ୍କା)

୨୦୧୮ରେ ଆସିଥିଲା ଯୋଜନା

ବ୍ୟାଙ୍କ ମିଶ୍ରଣର ଯୋଜନା ସର୍ବ ପ୍ରଥମେ ୨୦୧୮ ଡିସେମ୍ଵର ମାସରେ ଆସିଥିଲା। ସେହି ସମୟରେ ଆରବିଆଇ କହିଥିଲା ଯେ, ଯଦି ସରକାରୀ ବ୍ୟାଙ୍କର ମିଶ୍ରଣରେ ହେବାକୁ ଥିବା ବ୍ୟାଙ୍କ ଆଶା ଅନୁଯାୟୀ ପରିଣାମ ହାସଲ କରି ନିଅନ୍ତି ତେବେ ଭାରତର କିଛି ବ୍ୟାଙ୍କ ବିଶ୍ଵସ୍ତରୀୟ ବ୍ୟାଙ୍କରେ ସାମିଲ ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.