୨୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସ୍‌ନାଲ କୋର୍ସର ମାନ୍ୟତା, ଇ-ମାର୍କେଟରେ ବିକିବେ ଚାଷୀ

Published By : Prameya-News7 Bureau | May 29, 2020 IST

ଭୁବନେଶ୍ବର୨୯/୫: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟରେ ୨୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ୨୦୨୦-୨୧ ବଜେଟ୍ ବ୍ୟବସ୍ଥାର ପୁନଃ ସମୀକ୍ଷା କରିବା ସହ ନୂଆ ନିଷ୍ପତ୍ତି ନେଇଛନ୍ତି।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ଲାଗି ଇଡ଼କୋ ଜମି ଯୋଗାଇ ଦିଆଯିବ। ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡ଼କୋ ଜମି ଯୋଗାଇବ। ଆସ୍କା ସୁଗାର ସୋସାଇଟି କୋପୋରେଟିକୁ ୧୫ କୋଟି ଟଙ୍କାର ସହାୟତା। ଅଣ୍ଡର ଗ୍ରାଜୁଏଟ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା। ମାଗଣାରେ ପିଲାଙ୍କୁ ଜୋତା ଏବଂ ସ୍ବେଟର ଯୋଗାଇ ଦିଆଯିବ। ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରିବେ। ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମାଳିତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସହାୟତା ମିଳିବ। ସୋସାଇଟି ଆକ୍ଟରେ ହେବ ପରିବର୍ତ୍ତନ। ଶକ୍ତି ବିଭାଗ ଅଧିନରେ ଆସିବ ଓରେଡା। ଇ- ମାର୍କେଟ ଜରିଆରେ ନିଜ ଉତ୍ପାଦକୁ ବିକି ପାରିବେ ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.