Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁର୍ନଗଠନକୁ ମିଳିଲା କ୍ୟାବିନେଟ ଅନୁମୋଦନ

26/02/2019 at 7:38 PM

ଭୁବନେଶ୍ବର ୨୬/୨: ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତାମଧ୍ୟରେ ପ୍ରାଥମିକ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ପଦୋନ୍ନତି ଦେବା ଲକ୍ଷ୍ୟରେ କ୍ୟାଡରର ପୁର୍ନବିନ୍ୟାସକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏହା ଦ୍ବାରା ପ୍ରାଥମିକ ଶିକ୍ଷକଙ୍କୁ  ସେମାନଙ୍କ ଚାକିରୀ କାଳ ମଧ୍ୟରେ ଅତି କମରେ ୩ଟି ପଦୋନ୍ନତି ମିଳିବ। ଏହି ନିଷ୍ପତି ଅନୁଯାୟୀ ଏଲିମେଣ୍ଟାରୀ କ୍ୟାଡର ଅଧୀନରେ ଥିବା ବରିଷ୍ଠ ଶିକ୍ଷକ,ସ୍ନାତକ ଶିକ୍ଷକ ଏବଂ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ନାମରେ ନୂଆ ପଦବୀ  ସୃଷ୍ଟି କରାଯିବ। ଏଥି ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଫଳରେ ଶିକ୍ଷକମାନଙ୍କ ପାଇଁ ଅତି କମରେ ୩ଟି ପଦୋନ୍ନତି ପାଇବାର ସୁଯୋଗ ସୃଷ୍ଟି କରାଯାଇଛି। ଏହି ପୁର୍ନଗଠନ ଦ୍ବାରା ରାଜ୍ୟର ପ୍ରାୟ ୭୨,୫୬୩ଜଣ ପ୍ରାଥମିକ ଶିକ୍ଷକ ତୁରନ୍ତ ଉପକୃତ ହେବେ। ଏହି ପୁର୍ନଗଠନକୁ କାର୍ଯ୍ୟକାରୀ କରିବା ପାଇଁ Odisha Elementary Education(Method of Recruitment and Conditions of Service of Teachers and Officers)Rules 1997ରେ ଆବଶ୍ୟକ ସଂଶୋଧନ କରାଯାଇଛି।

ଅନ୍ୟ ପକ୍ଷରେ ବିଦ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା) ନିଯୁକ୍ତି ନିୟମାବଳୀ ,୧୯୭୧ମସିହାରେ ପ୍ରଣୟନ କରାଯାଇ ଉପଯୁକ୍ତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ନିଯୁକ୍ତି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ସେବା ନିମନ୍ତେ କ୍ୟାଡର ନିୟମାବଳୀ ପ୍ରଣୟନ କରାଯାଇନଥିଲା।ବିଦ୍ୟାଳୟ୍ର ଓ ଗଣଶିକ୍ଷା ବିଭାଗର ବିସ୍ତାର ଓ ବିଭାଗରେ କାର୍ଯ୍ୟରତ ଶିକ୍ଷା ଅଧିକାରୀମାନଙ୍କର ଦାୟିତ୍ବ ପରିସର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଓଡ଼ିଶା ଶିକ୍ଷା ସେବାରେ ଏକ ସୁସଙ୍ଗଠିତ କ୍ୟାଡର ଗଠନ ଓ କ୍ୟାଡର ନିୟମାବଳୀ ପ୍ରଣୟନ କରିବାର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର ପୁର୍ନବିନ୍ୟାସ କରିବା ସହ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ ନିୟମ ୨୦୧୯ ପ୍ରଣୟନ କରିଛନ୍ତି। ଏହାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି।      

   Related Posts