Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

କ୍ୟାବିନେଟ୍ ମଞ୍ଜୁରିପ୍ରାପ୍ତ ୨୩ PSUରୁ ଆରମ୍ଭ ହେବ ବିନିବେଶ ପ୍ରକ୍ରିୟା: ନିର୍ମଳା ସୀତାରମଣ

27/07/2020 at 10:05 PM

ନୂଆଦିଲ୍ଲୀ ୨୭।୭:  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ସୋମବାର ଏକ ସୂଚନାରେ ସରକାର ୨୩ ସାର୍ବଜନିକ ଉପକ୍ରମରୁ ନିବେଶ ପ୍ରତ୍ୟାହାର କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି। ଏହି ସବୁ ଉପକ୍ରମରୁ ଡିସଇନଭେଷ୍ଟ ଲାଗି ପୂର୍ବରୁ କ୍ୟାବିନେଟର ମଞ୍ଜୁରି ମିଳିସାରିଛି। ସେହିପରି ବ୍ୟବସାୟ ଲାଗି ଦିଆଯାଉଥିବା ଋଣ ସମୀକ୍ଷା ଲାଗି କ୍ଷୁଦ୍ର ଋଣ କାରବାର କରୁଥିବା ଆର୍ଥିକ କମ୍ପାନୀ ଓ ଅଣ ବ୍ୟାଙ୍କିଙ୍ଗ ସଂସ୍ଥାଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସୀତାରମଣ କହିଛନ୍ତି।

ହିରୋ ଏଣ୍ଟର ପ୍ରାଇଜର୍ସଙ୍କ ଅଧ୍ୟକ୍ଷ ସୁନୀଲ କାନ୍ତ ମୁଞ୍ଜାଲଙ୍କ ସହ ନିର୍ମଳା ସୀତାରମଣ ଆଲୋଚନା କରିଛନ୍ତି। ଏଥିରେ ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ନେଇ ତାଙ୍କ ସହ ଆଲୋଚନା ହୋଇଥିଲା। ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘରୋଇ ଭାଗିଦାରୀ ନିମନ୍ତେ ସମସ୍ତ କ୍ଷେତ୍ରକୁ ଉନ୍ମୁକ୍ତ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ତେବେ ଏ ନେଇ ଏପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ହୋଇ ନାହିଁ ବୋଲି ସୀତାରମଣ ତାଙ୍କୁ କହିଥିବା ସୂଚିତ କରିଛନ୍ତି।

ସେହିପରି ସାର୍ବଜନିକ କ୍ଷେତ୍ରର ବିନିବେଶ ନେଇ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର ସେହି ସବୁ ଉପକ୍ରମକୁ ସେତେବେଳେ ବିକ୍ରି କରିବେ ଯେତେବେଳେ ସେଥିଲାଗି ଉଚିତ ମୂଲ୍ୟମିଳିବ। ପ୍ରାୟ ୨୨ରୁ ୨୩ଟି ସାର୍ବଜନିକ ଉପକ୍ରମରୁ ବିନିବେଶ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିରେ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୨.୧୦ଲକ୍ଷ କୋଟି ଟଙ୍କା ବିନିବେଶ ଲାଗି ଲକ୍ଷ ଧାର୍ଯ୍ୟ କରିଛନ୍ତି। ଏଥିରୁ ୧.୨୦ ଲକ୍ଷ କୋଟି ଟଙ୍କା ସାର୍ବଜନିକ ସଂସ୍ଥାରୁ ଓ ବାକି ୯୦ ହଜାର କୋଟି ଟଙ୍କା ଆର୍ଥିକ ସଂସ୍ଥାନରେ ଥିବା ସରକାରଙ୍କ ଅଂଶୀଦାରୀ ବିକ୍ରି କରି ଆଦାୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

   Related Posts