ମୋଦି ସରକାରଙ୍କ ବଡ଼ ଘୋଷଣା, ସରକାରୀ ସ୍କୁଲ୍‌ରେ ପଢ଼ୁଛନ୍ତି କି ଆପଣଙ୍କ ପିଲା, ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ମିଳିବ ଏହି ସୁବିଧା

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ, ୨୯/୦୯: ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକରେ ଏହି ଯୋଜନା ଉପରେ ମୋହର ଲାଗିଛି । ଏହି ଯୋଜନାରେ ଦେଶର ୧୧,୨ ଲକ୍ଷରୁ ଅଧିକ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ୍‌ର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ଯୋଜନା ଅନୁସାରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ  ଏନେଇ ସୂଚନା ଦେଇଛନ୍ତି । ୫ ବର୍ଷ ପର୍ଯ୍ୟନ୍ତ ଏ ଯୋଜନା ଚାଲୁ ରହିବ ଏବଂ ଏଥିପାଇଁ ସରକାର ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଛଡ଼ା ରାଷ୍ଟ୍ରୀୟ ନିୟତ ବୀମା ଖାତା ଯୋଜନାକୁ ଜାରି ରଖିବା ପାଇଁ ୫ ବର୍ଷରେ ୧,୬୫୦ କୋଟି ସହାୟତାର ଅନୁଦାନକୁ ମଧ୍ୟ ମଞ୍ଜୁରୀ ମିଳିଛି ।

କ୍ୟାବିନେଟ୍‌ ନିମଚ-ରତଲାମ ରେଳ ଲାଇନ୍‌ର ଦୋହରୀକରଣ ପାଇଁ ମଞ୍ଜୁରୀ ମିଳିଛି । ପରିଯୋଜନା ଆନୁମାନିକ ଖର୍ଚ୍ଚ ହେବ ୧,୦୯୫.୮୮ କୋଟି ଟଙ୍କା । ୧୩୨.୯୨କିଲୋମିଟର ଲମ୍ୱ ଲାଇନ୍‌ର ଦୋହରୀକରଣ କରାଯିବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.