ସବର୍ଣ୍ଣଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | January 07, 2019 IST

ନୂଆଦିଲ୍ଲୀ ୭|୧: ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ । ଉଚ୍ଚ ଜାତିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଦେଇଛି ମଞ୍ଜୁରୀ। ପୂର୍ବରୁ ଏନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ତେବେ ଦେଶରେ ସଂରକ୍ଷଣ ରାଜନୀତି ଜୋର୍ ଧରିଥିବା ବେଳେ କେନ୍ଦ୍ର ସରକାର ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ଏକ ନୂଆ ଧାରା ଆରମ୍ଭ କରିଛନ୍ତି । ଯେଉଁ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ୍ ସେମାନଙ୍କୁ ଏହି ସଂରକ୍ଷଣ ବର୍ଗରେ ସାମିଲ କରାଯିବ । କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେବା ପରେ ଏହାକୁ ସଂସଦରେ ସଂଶୋଧିକ ବିଲ୍ ମାଧ୍ୟମରେ ଉପସ୍ଥାପନ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.