ଆସାମ ଓ ତ୍ରିପୁରାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଉତ୍ତେଜନାପୂର୍ଣ୍ଣ

Published By : Prameya-News7 Bureau | December 13, 2019 IST

ନୂଆଦିଲ୍ଲୀ ୧୩।୧୨ -ନାଗରିକତ୍ବ ବିଲା ପାସ ହେବ ପରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ତ୍ରିପୁରାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି। ଆଜି ଆସାମରେ ଛାତ୍ରମାନେ ଧାରଣାରେ ବସିଛନ୍ତି। ସେପଟେ ୫ଟି ରାଜ୍ୟ ଏହି ନୂଆ ଆଇନକୁ ସେମାନଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିଛନ୍ତି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମୁସିଲିମ ସମ୍ପ୍ରଦାୟର ସଦସ୍ୟମାନେ ଆତଙ୍କିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି….

{"id":197371,"sizeSlug":"large"}

ବଳ ବତ୍ତର ରହିଛି କର୍ପୁ। ରେଳ ବିମାନ ସେବା ବି ଠପ୍‌। ଏଣେ ଜାରି ରହିଛି ଆନ୍ଦୋଳନ ଧାରଣା। ଆଜି ଆସାମର ଗୁଆହାଟୀରେ ଧାରଣା ଦେଇଛନ୍ତି ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟମ। ନାଗରିକତା ସଂଶୋଧନ ବିଲ୍‌ କ୍ୟାବକୁ କରିଛନ୍ତି ବିରୋଧ। ଛାତ୍ରଛାତ୍ରୀଙ୍କ ସହିତ କିଛି ବରିଷ୍ଠ ନାଗରିକ ଏଥିରେ ସାମିଲ ହୋଇଛନ୍ତି। ଏ ଦୃଶ୍ୟ ହେଉଛି ତ୍ରିପୁରାର ଅଗରତାଲାର ଏଠାରେ କର୍ଫ୍ୟୁ ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି। କେବଳ ଉତ୍ତର ପୂର୍ବାଞ୍ଚଳ ନୁହେଁ। ଦେଶର ଅନ୍ୟ ଭାଗରେ ମଧ୍ୟ ଦେଖାଦେଇଛି ବିକ୍ଷୋଭ। ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି।

{"id":197372,"sizeSlug":"large"}

ସେହିପରି ହାଇଦ୍ରାବାଦ ବେଙ୍ଗଳୁରରେ ମଧ୍ୟ ସାମାନ ଚିତ୍ର ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।

ସେପଟେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାଜନୀତି କଡ଼ାଟକ୍କରକୁ ଆସିଛି। ମଧ୍ୟ ପ୍ରଦେଶର, ପଞ୍ଜାବ, ପଶ୍ଚିମବଙ୍ଗ, କେରଳ ଏହି ଆଇନକୁ ଲାଗୁ କରିବେ ନାହିଁ ବୋଲି ସିଧା ମନା କରିଛନ୍ତି। ସେପଟେ ପଶ୍ଚିମବଙ୍ଗର ଟିଏମସି ସାଂସଦ ମହୁଆ ମୈତ୍ର ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି। ସେପଟେ ଆସାମରେ ବଢୁଥିବା ହିଂସାକୁ ଦେଖି ସେଠାକୁ ସେନାର ୨୬ କଲମ ସେଠାରୁ ପଠାଯାଇଛି। ଆଉ ଏଣେ ଆକ୍ଷେପ ପ୍ରତ୍ୟାକ୍ଷେପ ଜୋର ଧରିଛି।

ଉତ୍ତର ପୂର୍ବାଞ୍ଚଳ ଜଳୁଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିଛି। ମୁସୁଲିମ ସମ୍ପ୍ରଦାୟର କିଛି ଲୋକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି।   ଏପରିକି ଏନଆରସି ଲାଗୁ ନକରିବାକୁ ଦାବି କରିଛନ୍ତି। ଅନେକ ମୁସଲିମ ଲୋକ ଗରିବ ଖଟିଖିଆ ହୋଇଥିବାରୁ ସେମାନଙ୍କ ପାଖରେ ଜମିପଟ୍ଟା ନାହିଁ। କିନ୍ତୁ ପୁରୁଷ ପୁରୁଷ ଧରି ଏମାନେ ଏଠାରେ ରହିଲେଣି। ଏମାନଙ୍କ ନାଗରିକତ୍ବ ଉପରେ ପ୍ରଶ୍ନ ଉଠା ନଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏମାନେ। ମୁଖ୍ୟମନ୍ତ୍ରୀ  ମଧ୍ୟ ଆଶ୍ବାସନା ଦେଇଛି ସେମାନଙ୍କର କିଛି ଅସୁବିଧା ହେବନି ।

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଏବେ ଉତ୍ତର ପୂର୍ବାଞ୍ଚଳରେ ଯେଉଁଭଳି ସ୍ଥିତି ଉପୁଜିଛି ଏହାକୁ ଦେଖି ଭାରତ-ଜାପାନ ଗୁଆହାଟି ଶିଖର ବୈଠକକୁ ବାତିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.