ଆଇଟି ଇଂଜିନିୟର ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କଲା କ୍ୟାବ ଡ଼୍ରାଇଭର

Published By : Prameya-News7 Bureau | February 15, 2019 IST

ନୋଏଡ଼ା ୧୫/୨- ଜଣେ ଇଂଜିନିୟର ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କଲା କ୍ୟାବ ଡ଼୍ରାଇଭର । ଅଫିସ ଯିବା ପାଇଁ କ୍ୟାବ୍ ବୁକ କରିଥିଲେ ସତ ଯୁବତୀଙ୍କୁ ଜଙ୍ଗଲରେ ନେଇ କ୍ୟାବ ଡ଼୍ରାଇଭର କଲା ଦୁଷ୍କର୍ମ ।

ଏମିତି ଅଭାବନୀୟ ଘଟଣା ଘଟିଛି ଗ୍ରେଟର ନୋଏଡ଼ାରେ । ଜଣେ ଯୁବତୀ ସଫଟଓ୍ଵେର କଂପାନୀରେ ଚାକିରି କରୁଥିଲେ । ସେ ଅଫିସ ଯିବା ପାଇଁ ନିଜ ମୋବାଇଲ ଆପରୁ କ୍ୟାବ ବୁକ କରିଥିଲେ । କ୍ୟାବ ଡ଼୍ରାଇଭର ଗ୍ରେଟର ନୋଏଡ଼ାରୁ ନୋଏଡ଼ା ଯିବାର ଥିଲା । କିନ୍ତୁ ସେ ନୋଏଡ଼ା ନ ଯାଇ ଏକ ଜଙ୍ଗଲିଆ ସ୍ଥାନକୁ ଯୁବତୀଙ୍କୁ ନେଇଯାଇଥିଲେ । ସେଠାରେ ବଳପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟତ ହୋଇଥିଲେ । ଫଳରେ ଯୁବତୀ ବିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।

ଦୁଷ୍କର୍ମ କରିବା ପରେ ତାଙ୍କ ନିକଟରୁ ମୋବାଇଲ,ପର୍ସ ନେଇଯାଇ ଜଙ୍ଗଲରେ ଫୋପାଡ଼ି ଦେଇଆସିଥିଲେ । ଏହି ଘଟଣା ଫେବୃଆରୀ ୮ ତାରିଖରେ ଘଟିଥିଲେ ବି ଯୁବତୀ ୯ ତାରିଖରେ ଥାନାରେ ଏତାଲା ଦେଇଥିଲେ ।

ପୋଲିସ ଏହି ଘଟଣାରେ କ୍ୟାବ ଡ଼୍ରାଇଭର ନରବୀର ଓ ମାଲିକ ଯୋଗେନ୍ଦରଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.