କ୍ୟାବ ଚାଳକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ କଲା ସୁଟିଂ, ବ୍ଲାକମେଲିଂ କରି ମାଗିଲା ୫ଲକ୍ଷ

Published By : Prameya-News7 Bureau | January 09, 2019 IST

ରାଂଜି  ୯/୧- ଜଣେ ନାବାଳିକକୁ କ୍ୟାବ ଚାଳକ ଅଶ୍ଳୀଳ ଭିଡ଼ିଓ ସୁଟିଂ କରି କରିଛି ବ୍ଲାକମେଲ । ନାବାଳିକାଙ୍କ ଭାଉଜକୁ ମଧ୍ୟ ଭିଡ଼ିଓ ହ୍ଵାଟସଆପରେ ପଠାଇ ୫ଲକ୍ଷ ଟଂକା ମାଗିବା ପଡ଼ିଛି ମହଙ୍ଗା ।

ଘଟଣା ଘଟିଛି ରାଂଚିର ପୁଂଜାଗ ଅଚଳରେ । ନାବାଳିକାଙ୍କୁ ସ୍କୁଲ ନେଇଯାଉଥିବା କ୍ୟାବ ଚାଳକ କରିଛି ଏଭଳି କାଣ୍ଡ । ସ୍କୁଲଯିବା ବାଟରେ ନାବାଳିକାକୁ ଅସଦାଚରଣ କରିବା ସହ ଅଶ୍ଳୀଳ ଭିଡ଼ିଓ ସୁଟିଂ କରବା ନେଇ ନାବାଳିକାଙ୍କ ବାପା ଥାନାରେ କରିଛନ୍ତି ଅଭିଯୋଗ ।

କ୍ୟାବଚାଳକ ଏହି ଭିଡ଼ିଓକୁ ମଧ୍ୟ ନାବାଳିକାଙ୍କ ଭାଉଜଙ୍କୁ ହ୍ଵାଟସଆପରେ ପଠାଇଦେଇଥିଲା । କ୍ୟାବଚାଳକ ନବମଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲା । ଏଥିପାଇଁ ନାବାଳିକାଙ୍କ ଭାଉଜଙ୍କୁ ୫ଲକ୍ଷ ଟଂକା ମଧ୍ୟ ମାଗୁଥିଲା । ଯଦି ସେ ନାବାଳିକାଙ୍କୁ ବିବାହ କରିବା ସହ ୫ଲକ୍ଷ ନ ଦିଅନ୍ତି ତା ହେଲେ ସୁଟିଂ କରିଥିବା ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ିଦେବାକୁ ଧମକଦେଉଥିଲା ।

ଏହି ଘଟଣାରେ ପରିବାର ଲୋକ ଆତଙ୍କିତ ହୋଇ ପୋଲିସର ସାହାର୍ଯ୍ୟ ନେଇଥିଲେ । ପୋଲିସ ଯୁବକଙ୍କ ନାଁରେ ଏତାଲା ଦାୟର କରି ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.