କ୍ୟାବ୍ ଡ୍ରାଇଭର ପାଲଟିଲା ସଇତାନ , ଘରେ ପଶି ମହିଳାଙ୍କୁ କଲା ଦୁଷ୍କର୍ମ

Published By : Prameya-News7 Bureau | January 04, 2020 IST

ଲଣ୍ଡନ : ଗାଡିରେ ଆଣିଥିବା ଡ୍ରାଇଭର କଲା ଦୁଷ୍କର୍ମ । ଠିକଣାସ୍ଥାନରେ ମହିଳାଙ୍କୁ ଛାଡିବା ପରେ ତାଙ୍କ  ଘରେ ହିଁ ପଶି ଦୁଷ୍କର୍ମ କରିଛି କ୍ୟାବ୍ ଡ୍ରାଇଭର । ବିଟ୍ରେନର ବିଘ୍ରେଟନ ଟାଉନରେ ଏପରି ଘଟିଛି । ଜଣେ ଟ୍ୟାକ୍ସି ଡ୍ରାଇଭର ମହିଳାଙ୍କ ପିଛା କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ  ଗିରଫ କରିଛି ପୋଲିସ  ।

{"id":206692,"sizeSlug":"large"}

୩୧ବର୍ଷୀୟ ମହିଳା ଏକ ପାର୍ଟିକୁ ସାଙ୍ଗମାନଙ୍କ ସହିତ ଯାଇଥିଲେ । ପାର୍ଟିରେ ମହିଳାଜଣଙ୍କ ଅତ୍ୟଧିକ ମଦ ପିଇଥିବାର ଦେଖି ତାଙ୍କ ବନ୍ଧୁମାନେ ତାଙ୍କ ଏକ ଟ୍ୟାକ୍ସି ବୁକ୍ କରିଥିଲେ । ଟ୍ୟାକ୍ସି ଡ୍ରାଇଭର ମହିଳାଙ୍କୁ ନିଜ ପ୍ଲାଟରେ ପହଞ୍ଚାଇଦେବା ପାଇଁ ପାର୍ଟିରୁ ଆଣିଥିଲେ । ତେବେ କିଛି ସମୟ ପରେ ମହିଳା ରହୁଥିବା ପ୍ଲାଟର ପହଞ୍ଚିଥିଲା ଟ୍ୟାକ୍ସି ଡ୍ରାଇଭର ।  ନିଜ ରହୁଥିବା ଘର ଦେଖି ମହିଳାଜଣଙ୍କ ଟ୍ୟାକ୍ସିରୁ ଓହ୍ଲାଇ ନିଜ ବାସଭବନ ଅଭିମୁଖେ ବାହାରିଥିଲେ । କିନ୍ତୁ ଡ୍ରାଇଭରଜଣଙ୍କ ମହିଳାଙ୍କ ପିଛା କରିଥିଲେ, ପରେ ମହିଳା ରହୁଥିବା  ବାସଭବନରେ ଜୋରଜବରଦସ୍ତ ପଶି ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି ।

ତେବେ ସ୍ଥାନୀୟ ଖବରକାଗଜ ମୁତାବିକ, ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା କଥା ସ୍ପଷ୍ଟ କରିଛି ପୋଲିସ । ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ୩୭ବର୍ଷୀୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି । ଦୁଷ୍କର୍ମ ଅଭିଯୋଗର ୧୦ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ବର୍ତ୍ତମାନ ପୋଲିସ ହେପାଜତରେ ରହିଛି । ଘଟଣାରେ ଅଧିକ ତଥ୍ୟ ପାଇଁ ପୋଲିସ ଯାଞ୍ଚ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.