ବିଳମ୍ବିତ ରାତିରେ ଯୁବତୀ ଯାତ୍ରୀଙ୍କ ସହ ଅଶ୍ଳୀଳ ଆଚରଣ କଲେ କ୍ୟାବ୍ ଡ୍ରାଇଭର, ଅଦାଲତ ମାମଲାର ତୁରନ୍ତ ଶୁଣାଣୀ କରି ଦେଲେ ୪.୩ ଲକ୍ଷ ଟଙ୍କା ଜୋରିମନା

Published By : Prameya-News7 Bureau | August 24, 2019 IST

ମେଲବୋର୍ଣ୍ଣ୨୪|୮: ବିଳମ୍ବିତ ରାତିରେ ୨୨ ବର୍ଷ ବୟସ୍କା ଯୁବତୀ ଉବେର କ୍ୟାବରେ ନିଜର କିଛି ବନ୍ଧୁଙ୍କ ସହ ଘରକୁ । କ୍ୟାବରେ ତାଙ୍କର ଦୁଇଜଣ ସାଙ୍ଗ ରାସ୍ତାରେ ଓହ୍ଲାଇଯାଇଥିଲେ । ମହିଳାଙ୍କୁ ଏକୁଟିଆ ଦେଖି କ୍ୟାବ ଡ୍ରାଇଭର ତାଙ୍କ ସହ ଅଶ୍ଳୀଳ ଆଚରଣ କରିଥିଲା ।ଯୁବତୀ ବାରଣ କରୁଥିବା ସତ୍ତ୍ବେ ଡ୍ରାଇଭର ତାଙ୍କର ବିଭିନ୍ନ ଅଙ୍ଗକୁ ଛୁଇଁବାକୁ ଉଦ୍ୟମ କରିଥିଲା ।  କୌଣସିମତେ ଘରେ ପହଞ୍ଚିବାପରେ ଡ୍ରାଇଭରଙ୍କ  ନାଁରେ ପୀଡ଼ିତା  ଯୌନଶୋଷଣ ଅଭିଯୋଗ କରିଥିଲେ। ଏତିକିରେ କଥା ଶେଷ ହୋଇନଥିଲା। କ୍ୟାବ ଡ୍ରାଇଭରକୁ କୋର୍ଟର କାଠ ଗଢ଼ାକୁ ପୀଡ଼ିତା ଟାଣି ନେଇଥିଲେ।

ସୂଚନଯୋଗ୍ୟ ଯେ, ଏହି ଘଟଣାଟି ଅଷ୍ଟ୍ରେଲିଆର ରାଜଧାନୀ ମେଲବୋର୍ଣ୍ଣରେ ଘଟିଛି। ପୀଡ଼ିତା ଯୁବତୀ ଷ୍ଟିଫନି କୋରବେଟ୍ ଉବେର ଡ୍ରାଇଭର ନାଁରେଯୌନ ଶୋଷଣ ଅଭିଯୋଗ କରିଥିଲେ। ଅଦାଲତ ଏହି ମାମଲାର ତୁରନ୍ତ ଶୁଣାଣୀ କରିବା ସହ  ମଙ୍ଗଳବାର ଦିନ  କ୍ୟାବ ଡ୍ରାଇଭର ଓ୍ବିନେଖଟ୍ ସୁରୀକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।ତେବେ ଡ୍ରାଇଭରକୁ କେବଳ ଆର୍ଥିକ ଦଣ୍ଡ ହୋଇଥିବାରୁ ପୀଡ଼ିତା ଷ୍ଟିଫନି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଷ୍ଟିଫନି କହିଛନ୍ତି ଯେ, ବନ୍ଧୁମାନେ ଓହ୍ଲାଇଯିବା ପରେ କ୍ୟାବ ଡ୍ରାଇଭର ତାଙ୍କୁ ବାରମ୍ବାର ସ୍ପର୍ଶ କରିବା ପାଇଁ ଚେଷ୍ଟ କରୁଥିଲା। ଷ୍ଟିଫନି ବିରୋଧ କରିବାରୁ  କ୍ୟାବ ଡ୍ରାଇଭର ମାଲିସ୍ କରିଦେବ ବୋଲି  କହିଥିଲା । ସେ ମନା କରିବା ସତ୍ବେ  ତାଙ୍କ ଦେହକୁ କ୍ୟାବ ଡ୍ରାଇଭର  ଜବରଦସ୍ତ ସ୍ପର୍ଶ କରିଥିଲା।

ଏହି ଘଟଣା ପରେ ଡ୍ରାଇଭରକୁ ଉବେର କମ୍ପାନୀ ବାହାର କରିଦେଇଥିଲା।ଏହି ଘଟଣା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଉବେର ଡ୍ରାଇଭରଙ୍କୁ ୪.୩ ଲକ୍ଷ ଟଙ୍କା ଜୋରିମନା ଦେବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.