ବିଜେପି ଏମପି, ଏମଏଲଏଙ୍କ ସହ ୧ ହଜାର ଗିରଫ, ସୁମିତ୍ରା ମହାଜନଙ୍କ ବିରୋଧରେ ବାରିକେଡ୍ ଭାଙ୍ଗିବା ଉଦ୍ୟମ ଅଭିଯୋଗ

Published By : Prameya-News7 Bureau | January 24, 2020 IST

 ଇନ୍ଦୋର ୨୪/୦୧- ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ଅଭିଯୋଗରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗିରଫ । ସୁମିତ୍ରା ମହାଜନଙ୍କ ସହ ବିଜେପି ସଂସଦ, ବିଧାୟକ, ମେୟରଏବଂ ପ୍ରାୟ ଏକ ହଜାର  ଦଳୀୟ କର୍ମୀଙ୍କୁ ମଧ୍ୟ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଛି ।ମଧ୍ୟପ୍ରଦେଶର କମଲ ନାଥ ସରକାର ବିରୋଧରେ ବିକ୍ଷୋଭ ଆନ୍ଦୋଳନ ବେଳେ ଏହି ନେତା ଏବଂ କର୍ମୀକୁ ପୋଲିସ ଗିରଫ କରିଥିବା କହିଛି ।ଗିରଫ ନେତାଙ୍କୁ ଇନ୍ଦୋର ସ୍ଥିତ  ଜିଲ୍ଲା କାରଗାରକୁ ପଠାଇ ଦିଆଯାଇଛି ।

କମଲନାଥ ସରକାର ବିରୋଧରେ ପ୍ରତିବାଦ ଶୋଭାଯାତ୍ରରେ  ସୁମିତ୍ରା ମହାଜନଙ୍କ ବ୍ୟତୀତ ଇନ୍ଦୋର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ସାଂସଦ ଶଙ୍କର ଲାଲୱାନୀ, ବିଧାୟକ, ଇନ୍ଦୋର ମେୟର ମାଲିନି ଲକ୍ଷ୍ମଣସିଂ ଗୌର ଆଦି ନେତାଏ ସାମିଲ ଥିଲେ । ରାଜ୍ୟ ସରକାରଙ୍କ ଦମନ ନୀତିର ପ୍ରତିବାଦ କରି ବିଜେପି ନେତା ଓ କର୍ମୀ ଜିଲ୍ଲାପାଳଙ୍କ ଅଫିସ ଆଡକୁ ମାଡି ଆସିବା ବେଳେ ପୋଲିସ ସେମାନଙ୍କ ବାଟ ଅବରେଧ କରିଥିଲେ । ତେବେ ଆନ୍ଦୋଳନକାରୀ ମାନେ ବାରିକେଡ ଭାଙ୍ଗି ଜିଲ୍ଲାପାଳଙ୍କ ଅଫିସ ଭିତରକୁ  ପଶିବାକୁ ଉଦ୍ୟମ କରିବା ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହା  କହିଛନ୍ତି ୱେଷ୍ଟ ପେଲିସ ସୁପରିଟେଣ୍ଡେଣ୍ଟ  ଅୱେଦେଶ କୁମାର ଗୋସ୍ୱାମୀ ।

ମଧ୍ୟପ୍ରଦେଶର କମଲନାଥ ସରକାରବିରୋଧରେ ବିରୋଧିଙ୍କୁ ଚୁପ୍‌ କରିବାକୁ ଉଦ୍ୟମ ଅଭିଯୋଗ କରିଛି ବିଜେପି । ରାଜ୍ୟରେ ବିଜେପି କର୍ମୀଙ୍କୁ ନିର୍ଯାତନାର ପ୍ରତିବାଦ କରି ଦଳପକ୍ଷରୁ ବିକ୍ଷୋଭ ରାଲି ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.