Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଭାରତ ମୈ ରେହୈନା ହୋଗା, ତୋ ବନ୍ଦେ ମାତରମ୍‌ କେହୈନା ହୋଗା : CAAକୁ ନେଇ ସାରା ଦେଶରେ ବିତର୍କ

11/01/2020 at 5:02 PM

ସମ୍ବଲପୁର ୧୧/୧: CAAକୁ ନେଇ ସାରା ଦେଶରେ ତ ଚାଲିଛି ବିତର୍କ। ଓଡ଼ିଶାରେ ବି ସପକ୍ଷ ଓ ବିପକ୍ଷ ରାଲି ବାହାର କରି ଏହି ପ୍ରସଙ୍ଗରେ ରାଜନୀତି ରୁଟି ସେକୁଛନ୍ତି ନେତାଏ। ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପି ପକ୍ଷରୁ ସିରିଜ୍ ସମାବେଶ କରାଯାଉଥିବା ବେଳେ ଏହାକୁ ବିରୋଧ କରି ବି କେତେକ ସ୍ଥାନରେ ରାଲି ବାହାରୁଛି। ଆଜି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସମର୍ଥନ ରାଲିରେ କଂଗ୍ରେସ ଉପରେ ବର୍ଷଥିବା ବେଳେ ସେପଟେ କଟକରେ ବିରୋଧୀ ରାଲିରେ ମୋଦି ସରକାର ଥିଲେ ଟାର୍ଗେଟରେ।…

ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ସପକ୍ଷ ଓ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ। ଗୋଟିଏ ପଟେ CAA  ସମର୍ଥନରେ ବିଜେପି ପକ୍ଷରୁ ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା ଓ ସାଧାରଣ ସଭା ଆୟୋଜନ କରାଯାଇଥିବା ବେଳେ କଟକରେ ଏହା ବିରୋଧରେ ବାହାରିଛି ରାଲି। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ୍ ଆରମ୍ଭ ହୋଇଛି। ସମ୍ବଲପୁର ରାଲିରେ ଯୋଗଦେଇ ବିଜେପିର ଫାୟାରବ୍ରାଣ୍ଡ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସକୁ ନିଶାନା ସାଧିଛନ୍ତି। କହିଛନ୍ତି କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରି, ମୋଦି ସରକାରକୁ ବଦ୍‌ନାମ କରିବାକୁ ଷଡଯନ୍ତ୍ର କରୁଛି। କିଛି ମୁଷ୍ଟମେୟ ଲୋକଙ୍କୁ ଧରି ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛି । ଏହାସହିତ ସେ କହିଛନ୍ତି ଯେ ଭାରତ ମୈ ରେହୈନା ହୋଗା, ତୋ ବନ୍ଦେ ମାତରମ୍‌ କେହୈନା ହୋଗା।…

ସେପଟେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି କଟକରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ ଗୋଷ୍ଠୀ।  CAA କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଏହି ଆଇନର କୁପରିଣାମ ଆଗାମୀ ପିଢୀ ଭୋଗିବେ ବୋଲି ସେମାନେ କହିଛନ୍ତି।…

ନାଗରିକତା ସଂଶୋଧନ ଆଇନ ଲାଗୁ କରିବାକୁ ଗତକାଲିଠାରୁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। କଂଗ୍ରେସ, ବାମଦଳ ସମେତ କିଛି ଆଞ୍ଚଳିକ ଦଳ CAA କୁ ବିରୋଧ କରୁଛନ୍ତି। ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।…

   Related Posts