Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଦିଶା ପଟାନୀଙ୍କ ବିକିନି ଫଟୋ ଦେଖି ୟୁଜର୍ସ ହେଲେ ଖପ୍ପା : କହିଲେ ଏମିତି କଥା

21/12/2019 at 11:01 AM

ମୁମ୍ବାଇ ୨୧/୧୨: ନାଗରିକତା ସଂଶୋଧନ ଆକ୍ଟ ବିରୋଧରେ ଦେଶରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ବଲିଉଡରେ ମଧ୍ୟ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ନାଗରିକତା ସଂଶୋଧନ ଆକ୍ଟ ଉପରେ ଚୁପଚାପ୍ ରହିବାଠୁ ବୟାନ ଦେବା ଯାଏଁ ସେଲେବମାନେ ଟାର୍ଗେଟରେ ରହିଛନ୍ତି। ଏହି ସମୟରେ ବିକିନିରେ ଅଭିନେତ୍ରୀ ଦିଶା ପଟାନିଙ୍କ ଫଟୋ ସେୟାର କରିବା ଲୋକଙ୍କୁ ଜମା ପସନ୍ଦ ଆସିଲା ନାହିଁ। ଦେଶରେ ଚାଲୁଥିବା ଅଶାନ୍ତିର ମାହୋଲରେ ଦିଶାଙ୍କ ଏହି ଆକ୍ସନ ପାଇଁ ଲୋକେ ତାଙ୍କୁ ବହୁତ ଭଲମନ୍ଦ ଶୁଣାଉଛନ୍ତି।

View this post on Instagram

🦋 #MYCALVINS @calvinklein

A post shared by disha patani (paatni) (@dishapatani) on

ଦିଶା ପଟାନୀ ଗତ ଗୁରୁବାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ବିକିନି ପିନ୍ଧି ଏକ ଫଟୋ ସେୟାର କରିଛନ୍ତି। ୟୁଜର୍ସ ତାଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି,‘ ଏହା ବିଜେପି ସରକାରଙ୍କ ଚାଲ୍। CAB ଏବଂ NRC ଠୁ ଯୁବବର୍ଗଙ୍କ ଧ୍ୟାନ ହଟାଇବା ପାଇଁ ’। ଜଣେ ୟୁଜର ଲେଖିଛନ୍ତି,‘ଦେଶ ଏକ ଗୁରୁତର ସମସ୍ୟା ଦେଇ ଗତି କରୁଛି ଏବଂ ସେ ଏହିଭଳି ପୋଷ୍ଟରେ ବ୍ୟସ୍ତ ଅଛନ୍ତି’।

ଆଉ ଜଣେ ୟୁଜର ଲେଖିଛନ୍ତି,‘ପୂରା ଦେଶରେ ଧାରଣା ଚାଲିଛି ଆଉ ଏମାନଙ୍କୁ ଦେଖ’। ଆଉ ଜଣେ ଲେଖିଛନ୍ତି,‘ଦେଶର ମାହୋଲ୍ ଖରାପ ରହିଛି ଏବେ ଆଉ ଏମାନଙ୍କୁ ତାଙ୍କ ବ୍ୟବସାୟ ବଢ଼ାଇବାର ଅଛି ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି,‘ଦେଶର ଅବସ୍ଥା ଏତେ ଖରାପ ଏବଂ ତାଙ୍କୁ ଏସବୁ କାମ କରିବାର ଅଛି’।

ତାଙ୍କ କାମ କଥା କହିବା ଯଦି ଦିଶା ବହୁତ ଶୀଘ୍ର ମୋହିତ ସୁରୀଙ୍କ ନିର୍ଦେଶନାରେ ହେଉଥିବା ଫିଲ୍ମ ‘ମଲଙ୍ଗ’ରେ ନଜର ଆସୁଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଆଦିତ୍ୟ ରାୟ କପୁରଙ୍କୁ କାଷ୍ଟ କରାଯାଇଛି। ଏଥିରେ ଦିଶା,ଆଦିତ୍ୟଙ୍କ ବ୍ୟତୀତ କୁନାଲ ଖେମୁ.ଅନିଲ କପୁର ମଧ୍ୟ ଅଛନ୍ତି। ଫିଲ୍ମକୁ ଏକ ରୋମାଣ୍ଟିକ୍ ଥ୍ରୀଲର ବୋଲି କୁହାଯାଉଛି। ଏହି ଫିଲ୍ମ ଫେବୃୟାରୀ ୭ତାରିଖରେ ରିଲିଜ ହେବ। ‘ମଲଙ୍ଗ’ ବ୍ୟତୀତ ଦିଶାଙ୍କ ପାଖରେ ‘ରାଧେ’ ରହିଛି।

   Related Posts