ସିଏଏ ପ୍ରଦର୍ଶନକାରୀଙ୍କ ପୋଷ୍ଟର ହଟାଇବା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ଯୋଗୀ ସରକାର

Published By : Prameya-News7 Bureau | March 11, 2020 IST

ଲକ୍ଷ୍ନୌ ୧୧।୦୩: ଉତ୍ତର ପ୍ରଦେଶ ସରକାର ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ନାଗରିକତା ସଂଶୋନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ସମୟରେ ହିଂସାକାଣ୍ଡ କରିଥିବା ଆରୋପିଙ୍କ ପୋଷ୍ଟର ଲଗାଇବା ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଗୁରୁବାର ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି କରିବେ। ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ସରକାରଙ୍କୁ ପ୍ରଦର୍ଶନକାରୀଙ୍କ ପୋଷ୍ଟର ହଟାଇବାକୁ ଆଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶର ଅନେକ  ଭାଗରେ ହଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏଥିରେ ଉପଦ୍ରବୀ କୋଟି କୋଟି ଟଙ୍କାର ସାର୍ବଜନୀନ ଓ ଘରୋଇ ସଂପତ୍ତିର କ୍ଷତି ଘଟାଇଥିଲେ। ଏହା ପରେ ଉତ୍ତର ପ୍ରଦେଶ ସରକାର ସରକାରୀ ସଂପତ୍ତିକୁ ନଷ୍ଟ କରୁଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ କରିଥିଲା। ଏହା ପରେ ଉତ୍ତର ପ୍ରଦେଶ ସରକାର ସରକାରୀ ସଂପତ୍ତିକୁ ନଷ୍ଟ କରିଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ କରିଥିଲା ଓ ଏହାର ଭରଣା କରିବା ଲାଗି ଆରୋପିଙ୍କ ଫଟୋ ଥିବା ପୋଷ୍ଟର ସହରର ଛକଗୁଡିକରେ ଲଗାଇଥିଲେ।

{"id":236798,"sizeSlug":"large"}

ପୋଷ୍ଟରରେ ଆରୋପିଙ୍କ ଫଟୋ ସହିତ ନାମ ମଧ୍ୟ  ଲେଖା ହୋଇଥିଲା। ଲକ୍ଷ୍ନୌର ପ୍ରମୁଖ ଛକରେ ମୋଟ୍ ୧୦୦ଟି ହୋର୍ଡିଂ ଲଗାଯାଇଥିଲା। ଯେଉଁ ଲୋକଙ୍କ ପୋଷ୍ଟର ଲଗାଯାଇଥିଲା ଯେ, ସେମାନେ ସମସ୍ତେ ଲକ୍ଷ୍ନୌର ହସନଗଞ୍ଜ, କେସରବାଗ ଓ ଠାକୁରଗଞ୍ଜ ଥାନା କ୍ଷେତ୍ର ବାସିନ୍ଦା। ଏହା ପୂର୍ବରୁ ପ୍ରଶାସନ ୧.୫୫ କୋଟି ଟଙ୍କାର ସାର୍ବଜନୀନ ସଂପତ୍ତି ନଷ୍ଟ ନେଇ ଏହି ସବୁ ଲୋକଙ୍କୁ ନୋଟିସ୍ ଜାରି କରିଥିଲା। ଲକ୍ଷ୍ନୌରେ ପ୍ରଦର୍ଶନକାରୀଙ୍କ ପୋଷ୍ଟର ଲଗାଇବା ଘଟଣାରେ ଆହ୍ଲାବାଦ ହାଇକୋର୍ଟ ନିଜ ଆଡକୁ ମାମଲା ରୁଜୁ କରିଥିଲେ। ତୁରନ୍ତ ଏହାକୁ ହଟାଇବାକୁ ସରକାରଙ୍କୁ ଆଦେଶ ଦେଇଥିଲେ। କୋର୍ଟ ଲକ୍ଷ୍ନୌ  ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କୁ ମାର୍ଚ୍ଚ ୧୬ ସୁଦ୍ଧା ହୋର୍ଡିଂ ହଟାଇବାକୁ ଆଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.