Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାଜ୍ୟରୁ ରାଜ୍ୟକୁ ଡେଉଁଛି CAA ବିରୋଧ, ହିଂସା ରୋକିବା ଲାଗି fake news ନିୟନ୍ତ୍ରଣ ନିମନ୍ତେ ରାଜ୍ୟଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଆଡଭାଇଜରି

16/12/2019 at 9:45 PM

ନୂଆଦିଲ୍ଲୀ ୧୬।୧୨: ପ୍ରଥମେ ପୂର୍ବୋତ୍ତର ଓ ଏବେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ନାଗରିକ (ସଂଶୋଧିତ) ଆଇନ( ସିଏଏ) ବିରୋଧରେ ସଡକକୁ ଓହ୍ଲାଇ ଆସିଛି। ଜାମିଆ କାଣ୍ଡକୁ ନେଇ କଂଗ୍ରେସ ଇଣ୍ଡିଆ ଗେଟ୍‌ରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପଶ୍ଚିମବଙ୍ଗରେ କେନ୍ଦ୍ର ସରକାରଙ୍କୁ ଚାଲେଞ୍ଜ କରିଛନ୍ତି  ମମତା ସରକାର। ସେପଟେ ୟୁପି ଓ ବିହାର କ୍ୟାମ୍ପସରେ ବି ଉତ୍ତେଜନା ପ୍ରକାଶ ପାଇଛି। ମୋଟ ୭ଟି ରାଜ୍ୟରେ ଏବେ ଲୋକେ ସିଏଏକୁ ନେଇ ଉପଦ୍ରବ କରୁଥିବା ବେଳେ କେନ୍ଦ୍ର ସରକାର ସୋମବାର ରାଜ୍ୟ ସରକାରମାନଙ୍କୁ ଆଡଭାଇଜରି ଜାରି କରିଛନ୍ତି। ରାଜ୍ୟରେ ହିଂସା ନିୟନ୍ତ୍ରଣ ସହ ଏହାକୁ ନେଇ ପ୍ରସାରିତ ହେଉଥିବା ଗୁଜବକୁ ରୋକିବା ନିମନ୍ତେ ଆଡଭାଇଜରୀରେ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ସୋମବାର ଜାମିଆ ଛାତ୍ରଙ୍କ ସମର୍ଥନରେ ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଥିଲେ। ଜାମିଆ ଘଟଣା ଲାଗି ପ୍ରିୟଙ୍କା ପ୍ରଧାନମନ୍ତ୍ରୀଙ୍କୁ ଜାବାବ ମାଗିଥିବା ବେଳେ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରେଡରୋଡରେ ରାଲି କରିଥିଲେ। ସେପଟେ ଉତ୍ତରପ୍ରଦେଶ ଆଲିଗଡ ମୁସ୍ଲିମ ୟୁନିଭର୍ସିଟି ଜାମିଆ ଛାତ୍ରଙ୍କ ସମର୍ଥନରେ ଆସିବା ଯୋଗୁ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି।

ସିଏଏକୁ ନେଇ ୟୁପିର ନଦୱା ଓ ଇଣ୍ଟିଗ୍ରାଲ କଲେଜରେ ସୋମବାର ଛାତ୍ରମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ସେପଟେ ବିହାର ପାଟନାରେ ରବିବାର କାର୍ଗିଲ ଚୌକରେ ଲୋକେ ଆଇନକୁ ବିରୋଧ  କରି ଏକ ପୋଲିସ ଫାଣ୍ଡି ସମେତ ୪ଟି ବାହନ ପୋଡି ଦେଇଛନ୍ତି। ତେବେ ସିଏଏକୁ ନେଇ ଦିଲ୍ଲୀ, ବିହାର, ଝାରଖଣ୍ଡ ଅଥବା ୟୁପିର କୌଣସି ସମ୍ପର୍କ ନଥିବା ବେଳେ ଏହି ସବୁ ରାଜ୍ୟରେ ଏଭଳି ପ୍ରଦର୍ଶନକୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କଂଗ୍ରେସ ଓ ଆରଜେଡିକୁ ଦାୟି କରିଛନ୍ତି।

ରାଜନୈତିକ ଆକ୍ରୋଶକୁ ନେଇ ଦଳମାନେ ଲୋକଙ୍କୁ ଉସକାଇ ଏଭଳି ପୋଡାଜଳା କରୁଥିବା ମୋଦି କହିଛନ୍ତି। ଏହି ଆଇନ ଲାଗି ଆସାମ, ବେଙ୍ଗଲ ଓ ପଞ୍ଜାବ ଆଦି ରାଜ୍ୟ ଲାଗି କିଛି ସମସ୍ୟା ହୋଇପାରେ। କାରଣ ଏହି ସବୁ ରାଜ୍ୟରେ ଶରଣାର୍ଥୀମାନେ ଆଶ୍ରୟ ନେଇଛନ୍ତି। ତେବେ ଦେଶର ଅନ୍ୟ କୌଣସି ରାଜ୍ୟ ଲାଗି ଆଇନ ଅସୁବିଧା କରୁନଥିବା ବେଳେ ଏଭଳି ପ୍ରଦର୍ଶନ ଓ ପୋଡାଜଳା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି ସୁଶୀଲ ମୋଦି କହିଛନ୍ତି। ତେବେ ଯେଉଁ ଠାରେ ବି ହିଂସକ ଆନ୍ଦୋଳନର ସୂଚନା ମିଲୁଛି ସେଠାରେ ଇଣ୍ଟରନେଟ୍  ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଉଛି। ଏହିକ୍ରମରେ ସୋମବାର ବେଙ୍ଗଲ ସମେତ ୟୁପି ଓ ବିହାରର କେତେକ ଅଞ୍ଚଳରେ ଇଣ୍ଟରନେଟ୍ ଓ ସାର୍ବଜନିକ ପରିବହନ ସେବା ଠପ ଥିବା ଜଣାପଡିଛି।

   Related Posts