ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ସିଏଏ ବିରୋଧୀ କଲେ ପଥର ମାଡ-ବନ୍ଦ କରାଗଲା ୨ଟି ଷ୍ଟେସନ

Published By : Prameya-News7 Bureau | February 24, 2020 IST

ନୂଆଦିଲ୍ଲୀ ୨୪।୦୨ - ସିଏଏ ବିରୋଧରେ ମେଟ୍ରୋ ଷ୍ଟେସନ ନିକଟରେ ପଥର ମାଡ କରାଯାଇଛି। ମୌଜପୁର ମେଟ୍ରୋ ଷ୍ଟେସନ ନିକଟରେ ଗତକାଲି ସିଏଏ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲେ । ଆଜି ସିଏଏ ବିରୋଧୀ ପୁଣି ଷ୍ଟେସନ ଉପରେ ପଥର ମାଡ କରିଥିବା ସୂଚନା ମିଳିଛି । ଏହାପରେ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ମୌଜପୁର ମେଟ୍ରୋ ଷ୍ଟେସନ ନିକଟସ୍ଥ କବୀର ନଗରରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳ ମୁସଲିମ୍‌ ବହୁଳ ଅଞ୍ଚଳ ।

ଏହାପରେ ଜାଫରାବାଦ ଓ ମୌଜପୁର-ବାବରପୁର ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି ବୋଲି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାରରେ ଏହି ସ୍ଥାନରେ ଢେଲା ପଥର ମାଡ କରାଯାଇଥିଲା । ରବିବାରରେ ସିଏଏ ସମର୍ଥକ ଓ ବିରୋଧୀ ମୁହାଁ ମୁହିଁ ହୋଇଥିଲେ । ମୌଜପୁରରେ ବି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ଏହାପରେ ପରସ୍ପର ଉପରେ ପଥର ମାଡ କରିଥିଲେ । ସିଏଏ ବିରୋଧରେ ପ୍ରଦର୍ଶନ କରୁଥିବା ଗୋଷ୍ଠୀ ସିଲମପୁର, ମୌଜପୁର ଓ ଯମୁନା ବିହାରର ରାସ୍ତା ବନ୍ଦ କରି ଦେଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।

ଏହାପରେ ସେଠାରେ ସିଏଏର ସମର୍ଥକ ପହଞ୍ଚିଥିଲେ । ପରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.