CAA ବିରୋଧୀ ବନାମ ସପକ୍ଷବାଦୀ, ସବୁମେଣ୍ଟରେ ଫାଟ : ରାଜ୍ୟରେ କଂଗ୍ରେସ-ବିଜେପି ମୁହାଁମୁହିଁ

Published By : Prameya-News7 Bureau | January 13, 2020 IST

ଭୁବନେଶ୍ବର ୧୩।୦୧: ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ନେଇ ଗେଜେଟ୍‌ ନୋଟିଫିକେସନ୍ ଜାରି ହୋଇସାରିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି କିନ୍ତୁ ଥମୁନାହିଁ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ସୋମବାର ବିରୋଧୀ ଦଳ ଗୁଡ଼ିକର ବୈଠକ ବସିଥିଲା । ତେବେ ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଶିବସେନା ବୈଠକରେ ସାମିଲ ହୋଇନଥିଲେ । ଏପଟେ ଭୁବନେଶ୍ବରରେ ସିଏଏ ସପକ୍ଷରେ ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମାନବ ଶୃଙ୍ଖଳ କରାଯାଇଥିଲା । ସୁନ୍ଦରଗଡ଼ରେ ସିଏଏ ବିରୋଧୀ ରାଲିରେ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।

{"id":210799,"sizeSlug":"large"}

ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ । ନାଗରିକତା ସଂଶୋଧନ ଆଇନ-ସିଏଏ ଦେଶରେ ଲାଗୁ ହେବା ପାଇଁ ଗେଜେଟ୍ ନୋଟିଫିକେସନ୍‌ ହୋଇସାରିଲାଣି । ହେଲେ ବିରୋଧୀ ଦଳ ଗୁଡ଼ିକ ଏହାକୁ ବିରୋଧ କରିବାକୁ ଯାଇ ନିଜ ଭିତରେ ଥିବା ଫାଟ ପଦାରେ ପକାଇଛନ୍ତି।  ସୋମବାର କଂଗ୍ରେସ ଡକାଇଥିବା ବୈଠକକୁ ବର୍ଜନ କରିଛନ୍ତି ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଶିବସେନା ଭଳି ଦଳ । କଂଗ୍ରେସ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବୈଠକ ଡକାଇଥିଲେ । ବୈଠକ ପାଇଁ କୌଣସି ନିମନ୍ତ୍ରଣ ମିଳିନଥିବା ଶିବସେନା ପକ୍ଷରୁ କୁହାଯାଇଛି । ଗତ ସପ୍ତାହରେ ଭାରତ ବନ୍ଦ ବେଳେ ଟିଏମ୍‌ସି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷକୁ ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିଲେ ।

{"id":210800,"sizeSlug":"large"}

ବିଜେପି ଏହା ସପକ୍ଷରେ ପ୍ରଚାର ମଧ୍ୟ ଜାରି ରଖିଛି । ଗତକାଲି ସିଏଏକୁ ସମର୍ଥନ କରି କେନ୍ଦ୍ରକୁ ଲେଖାଯାଇଥିବା ୫ ଲକ୍ଷ ୫୦ ହଜାର ପୋଷ୍ଟକାର୍ଡକୁ ଦେଖାଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଜନଜାଗର ମଧ୍ୟ କରୁଛି ବିଜେପି। ସୋମବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍‌ରେ ଏଥି ପାଇଁ ମାନବ ଶୃଙ୍ଖଳ କରାଯାଇଛି ।

{"id":210801,"sizeSlug":"large"}

ସିଏଏକୁ ନେଇ ସୁନ୍ଦରଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି । ସୋମବାର ସୁନ୍ଦରଗଡ଼ ମାଦ୍ରିକାଲୋ ଭବନରୁ କଂଗ୍ରେସ ପକ୍ଷରୁ ସିଏଏ ବିରୋଧୀ ରାଲି ବାହାରି ଡିଆର୍‌ଡିଏ ଛକ ନିକଟରେ ପହଞ୍ଚିବା ବେଳେ ବିଜେପି କର୍ମୀ ମାନେ ଏହାର ବିରୋଧ କରାଯାଇଥିଲା । ଏହାକୁ ନେଇ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲେ । ତେବେ ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।ପୂର୍ବରୁ ସିଏଏକୁ ସମର୍ଥନ କରିଥିବା ବିଜେପିର ସହଯୋଗୀ ଜେଡି-ୟୁ ଏନ୍‌ଆର୍‌ସିକୁ ବିରୋଧ କରିବ ବୋଲି କହିସାରିଲାଣି ।

{"id":210802,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.