ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପଲିସି ପେପରରେ ଭାରତର CAA, NRC ଓ କାଶ୍ମୀର ପ୍ରସଙ୍ଗ, ଅସନ୍ତୋଷ ବ୍ୟକ୍ତ କଲେ ହିନ୍ଦୁ

Published By : Prameya-News7 Bureau | June 26, 2020 IST

ୱାସିଂଟନ:  ଆସନ୍ତା ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ରିପବ୍ଲିକାନ ପାର୍ଟି ପକ୍ଷରୁ ଡୋନାଲ୍ଡ ଟ୍ରମ୍ଫ ପୁଣି ଥରେ ପ୍ରାର୍ଥୀ ହେଉଥିବା ବେଳେ ଡୋମୋକ୍ରାଟିକ ପାର୍ଟିରୁ ପୂର୍ବତ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରାର୍ଥୀ ହେବେ। ଏଥିପାଇଁ ନିର୍ବାଚନ ପ୍ରଚାର ଏବେ ଜୋର ଧରିଥିବା ବେଳେ ବାଇଡେନ୍‌ଙ୍କ ପଲିସି ପେପର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ସେ ଇସ୍ଲାମକୁ ପ୍ରସଙ୍ଗ କରିଥିବା ବେଳେ ଆମେରିକୀୟ ଇସ୍ଲାମଙ୍କ ଚିନ୍ତାକୁ ପ୍ରାଥମିକତା ଦେଇଥିବା ଦେଖାଯାଇଛି। ଯାହାକୁ ନେଇ ଆମେରିକୀୟ ହିନ୍ଦୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

{"id":291901,"width":581,"height":383,"sizeSlug":"large"}

ବାଇଡେନଙ୍କ ପଲିସି ପେପର କ୍ୟାମ୍ପେନ୍‌ ୱେବ୍‌ ସାଇଟ୍‌ରେ ଜାରି କରାଯାଇଛି। ଏଥିରେ ଆମେରିକୀୟ ମୁସଲମାନଙ୍କ ଚିନ୍ତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଭାରତର ଧର୍ମ ନିରପେକ୍ଷତା ଏକ ପୁରୁଣା ପରମ୍ପରା ହୋଇଥିଲେ ବି ନିକଟ ଅତୀତରେ ଭାରତ ସରକାରଙ୍କ କେତେକ ନିଷ୍ପତ୍ତି ଏହାର ବିରୁଧାଚରଣ କରୁଥିବା ଉଲ୍ଲେଖ ରହିଛି। ଏଥିରେ ବାଇଡେନ ଭାରତରର ସିଟିଜେନସ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) , ନ୍ୟାସନାଲ ରେଜିଷ୍ଟ୍ରାର ଅଫ ସିଟିଜେନ (ଏନଆରସି) ଓ କାଶ୍ମୀର ପ୍ରସଙ୍ଗକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି।

{"id":291905,"sizeSlug":"large"}

ବାଇଡେନଙ୍କ ଏହି ପଲିସି ପେପର ‘ଏଜେଣ୍ଡା ଫର ମୁସ୍ଲିମ-ଆମେରିକାନ କମ୍ୟୁନିଟିଜ୍’ ନାମରେ ପ୍ରକାଶିତ ହୋଇଛି। ଏଥିରେ ଭାରତର କାଶ୍ମୀର ସମେତ ଚୀନ ୱିଗର ଓ ମ୍ୟାଁମାର ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି। ଯଦି ବାଇଡେନ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ଏହି ସବୁ ପ୍ରସଙ୍ଗରେ ନିଶ୍ଚିତ ରୂପେ ପଦକ୍ଷେପ ନେବେ ବୋଲି ଉଲ୍ଲେଖ ରହିଛି। ତେବେ ବାଇଡେନଙ୍କ  ପଲିସି ପେପରକୁ ନେଇ ଆମେରିକାନ ହିନ୍ଦୁମାନେ ଆପତ୍ତି କରିଥିବାର ଜଣାପଡିଛି।

{"id":291908,"sizeSlug":"large"}

ହିନ୍ଦୁ ସମୂହ ପଲିପେପରର ଭାଷାକୁ ନେଇ ଆପତ୍ତି କରିଥିବା ବେଳେ ଏହା ଭାରତ ବିରୋଧୀ ଓ ନେଇ ବାଇଡେନ ପୁନର୍ବିଚାର କରନ୍ତୁ ବୋଲି କହିଛନ୍ତି। ଆମେରିକୀୟ ହିନ୍ଦୁଙ୍କୁ ନେଇ ଏପରି ମଧ୍ୟ ଏକ ପଲିସି ପେପର ଜାରି କରାଯାଉ ବୋଲି ମଧ୍ୟ କ୍ୟାମ୍ପେନକୁ ଦାବି କରିଛନ୍ତି। ତେବେ ପ୍ରସଙ୍ଗରେ ବାଇଡେନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଦୀର୍ଘ ଦଶନ୍ଧୀ ଧରି ବାଇଡେନ ସିନେଟର ରହିଆସିଥିବା ବେଳେ ଓବାମାଙ୍କ ସରକାରରେ ଉପରାଷ୍ଟ୍ରପତି ମଧ୍ୟ ଥିଲେ। ଭାରତ ତାଙ୍କୁ ବନ୍ଧୁ ବିବେଚନା କରେ ବୋଲି ହିନ୍ଦୁ ସମୂଦାୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.