Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସଂଶୋଧିତ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି

16/12/2019 at 9:25 PM

ନୂଆଦିଲ୍ଲୀ ୧୬।୧୨ –  ସଂଶୋଧିତ ନାଗରିକତା ଆଇନ ବିରୋଧରେ ଆସାମ ସମେତ ଉତ୍ତରପୂର୍ବାଞ୍ଚଳରେ ଲାଗିଥିବା ନିଆଁ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ର ଗତକାଲି ଦେଖାଦେଇଥିବା ହିଂସାକାଣ୍ଡର ପ୍ରଭାବ ଆଜି ଅନ୍ୟ ରାଜ୍ୟର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦେଖାଦେଇଛି । ଜାମିଆ ମିଲିଆର କୁଳପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହିଂସାକାଣ୍ଡ ପାଇଁ ପୋଲିସକୁ ଦାୟୀ କରିଛନ୍ତି । ସେପଟେ ପରସ୍ପରକୁ ଦୋଷାରୋପ କରୁଛନ୍ତି ବିଜେପି ଏବଂ କଗ୍ରେସ। ମମତା କରିଛନ୍ତି ଶକ୍ତି ପ୍ରଦର୍ଶନ। …

କ୍ୟାମ୍ପସରୁ କ୍ୟାମ୍ପସ ଡେଉଁଛି ସିଏଏ ନିଆଁ। ଗତକାଲି ଦିଲ୍ଲୀ ଜାମିଆ ମିଲିୟା ବିଶ୍ବବିଦ୍ୟାଳୟରେ ଦେଖାଦେଇଥିଲେ ଭୟଙ୍କର ଅଶାନ୍ତି। ପୋଲିସ ଲାଠି ପ୍ରୟୋଗ କରିଥିଲା। ଆଉ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି ଦେଶର ଅନ୍ୟ ଭାଗରେ ।

 ଲକ୍ଷ୍ନୌର ନଦୱା କଲେଜର ଗୋଟିଏ ପଟେ ଛାତ୍ର ଅନ୍ୟପଟେ ପୋଲିସ, ମଝିରେ ଗେଟ୍‌, ଚାଲିଛି ପଥର ମାଡ଼। ହାଇଦ୍ରାବାଦ ଏବଂ ଚେନ୍ନାଇରେ ବି ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏପରିକି ଜାମିଆ ଛାତ୍ରଙ୍କ ସମର୍ଥନରେ ବାଙ୍ଗାଲୋର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ ଛାତ୍ରଛାତ୍ରୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଜାମିଆ ହିଂସାକାଣ୍ଡ ପାଇଁ ଏହାର ଛାତ୍ର ମାନେ ଦାୟୀ ନୁହନ୍ତି ବରଂ ଦିଲ୍ଲୀ ପୋଲିସ ହିଁ ଦାୟୀ ବୋଲି କହିଛନ୍ତି ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ କୁଳପତି ନଜମା ଅଖତର । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କହିଛି ପୋଲିସ ପକ୍ଷରୁ ଯଥାସମ୍ଭବ କମ୍‌ ବଳ ପ୍ରୟୋଗ କରାଯାଇଛି । ବରଂ ଘଟଣାରେ ୩୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଦିଲ୍ଲୀ ପୋଲିସ କହିଛି।

ଏପଟେ ସଂସୋଧିତ ନାଗରିକତା ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ସମର୍ଥକଙ୍କ ସହିତ ସେ ୪ କିଲୋମିଟର ସେ ପଦଯାତ୍ରା କରିଥିଲେ ।ସେପଟେ କଲିକତା ହାଇକୋର୍ଟ ମମତା ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି. ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କଣ କରିଛ ଜଣାଇବାକୁ କହିଛନ୍ତି। ସେପଟେ NRC ଏବଂ CAA ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ସେ ଆନ୍ଦୋଳନ ଜାରି ରଖିବେ ବୋଲି ମମତା ବାନାର୍ଜୀ କହିଛନ୍ତି ।

ନାଗରିକତା ସଂଶୋଧନ ବିଲ୍‌ ହଜାରେ ପ୍ରତିଶତ ଠିକ୍‌ ବୋଲି ଗତକାଲି କହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଟ୍ବିଟ୍‌ କରି ଅପିଲ କରିଛନ୍ତି । ସର୍ବସାଧାରଣ ସଂପତ୍ତି ନଷ୍ଟ ନ କରିବା ଲାଗି କହିଛନ୍ତି। ତେଣେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍ଗା ଗାନ୍ଧୀ ଜାମିଆ ମିଲିଆ ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କରି ଇଣ୍ଡିଆ ଗେଟ୍‌ ନିକଟରେ ଧାରଣାରେ ବସିଛନ୍ତି ।ବିଜେପି ପକ୍ଷରୁ ହିଂସାକାଣ୍ଡ ପାଇଁ କଂଗ୍ରେସ ଓ ଅନ୍ୟ ଦଳକୁ ଦାୟୀ କରାଯାଇଛି ।…

ଗତକାଲି ରାତିରେ ଜାମିଆ ଛାତ୍ରଙ୍କ ଦ୍ବାରା ହିଂସାକାଣ୍ଡରେ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇର ଜଣେ ସାମ୍ବାଦିକ ଓ କ୍ୟାମେରାପର୍ସନ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାମିଆ ମେଟ୍ରୋ ଷ୍ଟେସନକୁ ଆଜି ବନ୍ଦ ରଖାଯାଇଛି ।ଏପଟେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପାଇଁ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।… 

   Related Posts