CAA ବିରୋଧରେ ସାରା ଦେଶରେ ପ୍ରଦର୍ଶନ ଜାରି- ଉତ୍ତରପ୍ରଦେଶରେ ପ୍ରାଣ ହରାଇଲେଣ ୧୪ ଜଣ

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ ୨୧।୧୨ -ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନ ଆଜି ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି ।ଉତ୍ତରପ୍ରଦେଶରେ ହିଂସାକାଣ୍ଡରେ ୧୪ ଜଣ ପ୍ରାଣ ହରାଇଲେଣି । ବିହାରରେ ଆର୍‌ଜେଡି ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଛି ।ବନ୍ଦ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି ।ବିଭିନ୍ନ ରାଜ୍ୟରେ ହୋଇଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୦ ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।ହିଂସାକାଣ୍ଡର ନେତୃତ୍ବ ନେଇଥିବା ଭିମ୍‌ ଆର୍ମି ଚିଫ୍ ଚନ୍ଦ୍ରଶେଖର ଆଜାଦଙ୍କୁ ଗିରଫ କରାଯାଇଛି ।…

{"id":200806,"sizeSlug":"large"}

ନାଗରିକତା ଆଇନକୁ ବିରୋଧ ପ୍ରଦର୍ଶନ ଜାରି ।ଉତ୍ତରପ୍ରଦେଶ ଓ ବିହାରରେ ଆଜି ଦେଖିବାକୁ ମିଳିଛି ହିଂସା ।ୟୁପିରେ ହିଂସାକାଣ୍ଡଜନିତ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି ।ମିରଟରେ ୪ ଜଣ ପ୍ରାଣ ହରାଇଥିବା ବେଳେ ବିଜନୋର, ସମ୍ଭଲ, ଫିରୋଜାବାଦ ଓ କାନପୁରରେ ୨ ଜଣ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି ।ରାମପୁର ଓ ବାରାଣସୀରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି ।ବାରାଣସୀରେ ଆଜି ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି ।

{"id":200807,"sizeSlug":"large"}

ୟୁପିର ରାମପୁରରେ ବିକ୍ଷୋଭକାରୀ ମାନେ ପୋଲିସ ଉପରକୁ ପଥର ମାଡ଼ କରିବା ପରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।ୟୁପିର ୧୫ଟି ଜିଲ୍ଲାରେ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ଓ ଏସ୍‌ଏମ୍‌ଏସ୍‌ ବନ୍ଦ କରିଦିଆଯାଇଛି ।ଗୋରଖପୁରରେ ୧୪୪ ଧାରା ଜାରି

ସେପଟେ ବିହାରରେ ଆଜି ନାଗରିକତା ଆଇନକୁ ବିରୋଧ କରି ଆର୍‌ଜେଡି ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ବନ୍ଦ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି ।ଟ୍ରେନ୍ ଚଳାଚଳ ଓ ସଡ଼କ ପରିବହନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

{"id":200810,"sizeSlug":"large"}

ଆର୍‌ଜେଡି ସମର୍ଥକ ମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡକୁ ଯାଇ ଗାଡ଼ି ଚଳାଚଳ ବନ୍ଦ କରିଥିଲେ ।ଅନେକ ଗୁଡ଼ିଏ ଦୂରଗାମୀ ଟ୍ରେନ୍ ଅଟକି ରହିଛି ।ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଏହି ବନ୍ଦ ପାଳନର ନେତୃତ୍ବ ନେଇଥିଲେ ।…

{"id":200812,"sizeSlug":"large"}

 ଆସାମରେ ସ୍ଥିତି ସୁଧୁରିଥିବା ବେଳେ ଦିବ୍ରୁଗଡ଼ରେ କର୍ଫ୍ୟୁ କୋହଳ କରାଯାଇଛି ।ଗୌହାଟୀରେ ଆଜି ବହୁ ସଂଖ୍ୟାରେ ମହିଳା ବିରୋଧ ପ୍ରଦର୍ଶନ କରିଛନ୍ତି ।କିନ୍ତୁ ତିନସୁକିଆରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖାଦେବାରୁ ଆଜି ରାତିରୁ କର୍ଫ୍ୟୁ ଜାରି କରାଯାଉଛି ।…

{"id":200815,"sizeSlug":"large"}

ଦିଲ୍ଲୀର ଦରିୟାଗଞ୍ଜରେ ହିଂସାକାଣ୍ଡ ପାଇଁ ଭିମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶର ଜବଲପୁରରେ ହିଂସାକାଣ୍ଡ ବଢ଼ିବାରୁ କର୍ଫ୍ୟୁ ଜାରି କରାଯାଇଛି ।

{"id":200816,"sizeSlug":"large"}

ସେପଟେ ମହାରାଷ୍ଟ୍ରର ହିଙ୍ଗୋଲି ସହରରେ ଗଣ୍ଡଗୋଳ ପାଇଁ ୧୩୦ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।କର୍ଣ୍ଣାଟକର ମାଙ୍ଗାଲୋରରେ ଆଜି ସଂଧ୍ୟାରୁ କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି ।ସୋମବାର କର୍ଫ୍ୟୁ ହଟାଯିବ ।କିନ୍ତୁ ୧୪୪ ଧାରା ଜାରି ରହିବ ।

{"id":200817,"sizeSlug":"large"}

ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ଯଦି ଦେଶରେ ଏନ୍‌ଆର୍‌ସି ଲାଗୁ ହୁଏ ତେବେ ତାଙ୍କ ରାଜ୍ୟର ଅଧାରୁ ଅଧିକ ଲୋକ ଏଥିରୁ ବାଦ୍‌ ପଡ଼ିବେ ।କାରଣ ସେଠାକାର ଲୋକେ ନାଗରିକତା ନେଇ କୌଣସି ପୁରୁଣା ପରିଚୟପତ୍ର ଦେଖାଇ ପାରିବେ ନାହିଁ ।ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନର ନିନ୍ଦ କରାଯାଇଛି । …

{"id":200818,"sizeSlug":"large"}

ଏନ୍‌ସିପି ମୁଖ୍ୟ ଶରଦ  ପାୱାର କହିଛନ୍ତି ଯେ CAA ଦେଶର ସାମାଜିକ, ଧାର୍ମିକ ଏକତା ଏବଂ ସଦ୍‌ଭାବନା ପ୍ରତି କ୍ଷତି ପହଞ୍ଚାଇବ ।କେବଳ ସଂଖ୍ୟାଲଘୁ ନୁହନ୍ତି ବଂର ଦେଶର ଏକତା ଓ ପ୍ରଗତି କଥା ଚିନ୍ତା କରୁଥିବା

{"id":200819,"sizeSlug":"large"}

ଦେଶବ୍ୟାପୀ ନାଗରିକତା ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ କିଭଳି ରୋକାଯିବ ତାହା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.