ଦେଶରେ ଲାଗୁ ହେଲା CAA, ନୋଟିଫିକେସନ୍ ଜାରି କଲେ କେନ୍ଦ୍ର ସରକାର

Published By : Prameya-News7 Bureau | January 11, 2020 IST

ନୂଆଦିଲ୍ଲୀ ୧୧।୧: ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ ବା CAA । ଏନେଇ ଗତକାଲି କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ଜଣେ ହେଲେ ବି ଭାରତୀୟଙ୍କର ନାଗରିକତା କ୍ଷୁର୍ଣ୍ଣ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦେଶର ବିଭିନ୍ନ ଅଂଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେକ ସ୍ଥାନରେ ହିଂସା ଯୋଗୁଁ ଜଟିଳ ସମସ୍ୟା ଉପୁଜିଛି । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଛି । ତେବେ ନାଗରିକତା ସଂଶୋଧନ ଆଇନ ଦେଶ ହିତରେ ଏକ ବଡ଼ ପଦକ୍ଷେପ ଦର୍ଶାଇ ଏହାକୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର।

ପୂର୍ବରୁ ନାଗରିକତା ଅଧିନିୟମ, ୧୯୫୫ରେ ପରିବର୍ତ୍ତନ ଆଣି କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ୍ ସଂସଦରେ ଉପସ୍ଥାପନ କରିଥିଲେ । ଏହି ବିଲ୍ ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ମଂଜୁରି ସହିତ ଆଇନରେ ପରିଣତ ହୋଇଥିଲା। ଏହା ଫଳରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସୁଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍ , ଖ୍ରୀଷ୍ଟିୟାନ ଏବଂ ପାର୍ସୀ ଶରଣାର୍ଥୀ ଭାରତର ନାଗରିକତା ସହଜରେ ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.