ଦେଶର ରାଜଧାନୀରେ ଏକ ବିରଳ ଘଟଣା – କେତେକ ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ

Published By : Prameya-News7 Bureau | December 20, 2019 IST

ନୂଆଦିଲ୍ଲୀ ୨୦।୧୨ -ନାଗରିକତା ସଂଶୋଧନ ଆଇନ ଲଗାଇଥିବା ନିଆଁ ଲିଭିବାର ନାଁ ନେଉନାହିଁ ।ଦିଲ୍ଲୀ, ୟୁପି ସମେତ ଦେଶବ୍ୟାପୀ ଚାଲିଛି ହିଂସାକାଣ୍ଡ ।ଦିଲ୍ଲୀର ଜାମା ମାସଜିଦ ଓ ସିଲମପୁରରେ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଛି ।ବିକ୍ଷୋଭ ପ୍ରଦର୍ଶନ କରୁଥିବା ଭିମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଅଟକ ରଖିଥିଲା ପୋଲିସ ।ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଥିବା ବେଳେ କର୍ଣ୍ଣାଟକର ମାଙ୍ଗାଲୋରରେ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦିଆଯାଇନାହିଁ ।…

{"id":200343,"width":587,"height":409,"sizeSlug":"large"}

ଦିଲ୍ଲୀର ଜାମା ମସଜିଦ୍‌ରୁ ବାହାରିଛି ବିଶାଳ ବିକ୍ଷୋଭ ।ଶୁକ୍ରବାର ପ୍ରାର୍ଥନା ପରେ ହଜାର ହଜାର ଲୋକ ନାଗରିକତା ସଂଶୋଧନ ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।ନାଗରିକତା ସଂଶୋଧନ ଆଇନ-CAA ବିରୋଧରେ ଦେଉଛନ୍ତି ସ୍ଲୋଗାନ୍‌ ।ଏପରି ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଆଜି ଦିଲ୍ଲୀର ଜାମା ମସଜିଦ୍‌ରୁ ବାହାରିଥିଲା ।ସେପଟେ ସିଲମପୁରରେ ମଧ୍ୟ ଦେଖିବାକୁ ମିଳିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ।ଦିଲ୍ଲୀର ଜନ୍ତରମନ୍ତର ଅଭିମୁଖେ ଏକ ବିଶାଳ ରାଲି ଯାଉଥିବା ବେଳେ ଏହାକୁ ଇଣ୍ଡିଆ ଗେଟ୍‌ ନିକଟରେ ଅଟକାଇଛି ପୋଲିସ ।ଦିଲ୍ଲୀର ଅନେକ ଗୁଡ଼ିଏ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି ।ଗୁରୁବାର ଦିଲ୍ଲୀର କେତେକ ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍‌ଏମ୍‌ଏସ୍‌ ବନ୍ଦ କରି ଦିଆଯାଇଛି ।ଯାହାକି ଦେଶର ରାଜଧାନୀରେ ଏକ ବିରଳ ଘଟଣା ।ଜାମା ମସଜିଦ ନିକଟରେ ବିକ୍ଷୋଭ ପ୍ରଦର୍ଶନର ନେତୃତ୍ବ ନେଇଥିଲେ ଭିମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ।ଚନ୍ଦ୍ରଶେଖର ଆଜାଦଙ୍କୁ ପୋଲିସ କିଛି ସମୟ ଅଟକ ରଖିଥିଲେ ମଧ୍ୟ ପରେ ସେ ଫେରାର ହୋଇଯାଇଥିଲେ ।…

{"id":200268,"sizeSlug":"large"}

ଦିଲ୍ଲୀ ଭଳି ଉତ୍ତପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି ।ବୁଲନ୍ଦସହରରେ ବିକ୍ଷୋଭକାରୀ ମାନେ ପ୍ରବଳ ପଥର ମାଡ଼ କରିବା ସହିତ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି ।ଫିରୋଜାବାଦରେ ୧୦ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ଆନ୍ଦୋଳନକାରୀ ।ଆଲିଗଡ଼ରେ ମଧ୍ୟ ପୋଲିସ ଉପରେ ପଥରମାଡ଼ ହୋଇଛି ।ମିରଟ, କାନପୁର, ହାପୁଡ଼, ବହରାଇଚ୍‌, ମୁଜାଫରନଗର ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ଜୋରଦାର ହିଂସାକାଣ୍ଡ ହୋଇଛି ।ସେପଟେ ଦକ୍ଷିଣ ଭାରତରେ କର୍ଣ୍ଣାଟକରେ ମଧ୍ୟ କେତେକ ସ୍ଥାନରେ ପରିସ୍ଥିତିକୁ ଦେଖି ୧୪୪ ଧାରା ଜାରି କରାଯାଇଛି ।ମାଙ୍ଗାଲୋରରେ ଖବର ସଂଗ୍ରହ କରିବାକୁ ଯାଇଥିବା କେତେକ ସାମ୍ବାଦିକଙ୍କୁ ପୋଲିସ ଅଟକ ରଖିଥିଲା ।ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।…

{"id":200080,"sizeSlug":"large"}

ସେପଟେ CAAକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି କହିଥିଲେ ଯେ CAA କୁ ନେଇ ଦେଶବ୍ୟାପୀ ଜାତିସଂଘ ତଦାରଖରେ ଦେଶରେ ଗଣଭୋଟ୍‌ ହେଉ ।ତେବେ ଆଜି ଏହି ମତ ବଦଳାଇ ମମତା କହିଛନ୍ତି ଯେ ସେ କେବଳ ଓପିନିୟନ ପୋଲ୍‌ ପାଇଁ କହୁଥିଲେ । ତେବେ ମମତାଙ୍କ ଏହି ମନ୍ତବ୍ୟ ଦେଶର ସମ୍ବିଧାନ ଓ ସଂସଦ ପ୍ରତି ଅପମାନ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।ଆର୍‌ଜେଡି ପକ୍ଷରୁ ନାଗରିକତା ଆଇନ ବିରୋଧରେ ଡିସେମ୍ବର ୨୧ରେ ବିହାର ବନ୍ଦ ଡାକରା ଦିଆଯାଇଛି ।…

ଦେଶର ବିଭିନ୍ନ ସ୍ଥାନରେ CAAକୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ କିଭଳି ରୋକାଯିବ ତାହା ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.