ସ୍କିନ ଆଲର୍ଜି ଯୋଗୁଁ ଚିନ୍ତିତ ହୋଇ କାର ଭିତରେ ନିଜକୁ ବନ୍ଦ କରି ଗ୍ୟାସ ସିଲିଣ୍ଡରରେ ନିଆଁ ଲଗାଇଲେ ଯୁବକ : କ୍ଷଣକେ ହୋଇଗଲା ବିସ୍ଫୋରଣ
3/04/2019 at 3:00 PM

ଚଣ୍ଡୀଗଡ଼ ୩/୪ : ଜଣେ ୨୭ ବର୍ଷ ବୟସ୍କ ଛାତ୍ରଙ୍କର ସ୍କିନ ଆଲର୍ଜିରୁ ବିରକ୍ତ ହୋଇ ଆତ୍ମହତ୍ୟା କରିଛନ୍ତି | ଯୁବକ ଜଣକ ନିଜକୁ କାର ଭିତରୁ ବନ୍ଦ କରି ଗ୍ୟାସ ସିଲିଣ୍ଡରରେ ନିଆଁ ଲଗାଇ ଦେଇଥିଲେ | ନିଆଁ ଲାଗିବାରୁ କାରରେ ବିସ୍ଫୋରଣ ହୋଇଥିଲା ଏବଂ ଯୁବକ ଜଣକ ଛୀନଛତ୍ର ହୋଇଯାଇଥିଲେ |
blob:https://www.dailymotion.com/85ace76b-857c-4207-9a4d-bdf480c7af00
ଘଟଣା ଚଣ୍ଡୀଗଡ଼ ଅଂଚଳରେ ଘଟିଛି | ଯୁବକ ଜଣକ ଚାର୍ଟାଡ଼ ଆକାଉଣ୍ଟ କରୁଥିଲେ | ସେ ନିଜେ ନିଜକୁ କାର ଭିତରେ ବନ୍ଦ କରି କାରର ଗ୍ୟାସ ସିଲିଣ୍ଡରରେ ନିଆଁ ଲଗାଇ ଦେଇଥିଲେ | ଫଳରେ ବିସ୍ଫୋରଣ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି | ମୃତ ଯୁବକ ହେଲେ ରୋହନ ନେୟର | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସକୁ କୌଣସି ସୂଈସାଇଡ ନୋଟ ମିଳିନଥିଲା | ଚଣ୍ଡୀଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

ପୋଲିସ ରୋହନଙ୍କ ବାପାଙ୍କ ସହ କଥାବାର୍ତ୍ତା କରିଥିଲା | ରୋହନଙ୍କ ବାପା କହିଥିଲେ ଯେ, ରୋହନଙ୍କ ସ୍କିନ ଆଲର୍ଜି ଥିଲା | ଯେଉଁଥିପାଇଁ ପାଖାପାଖି ଦେଢ଼ ମାସ ହେଲା ସେ ବହୁତ ଚିନ୍ତିତ ରହୁଥିଲେ | ଆଲର୍ଜି ଯୋଗୁଁ ରୋହନଙ୍କ ମୁହଁରେ ବହୁତ ବ୍ରଣ ହୋଇଯାଇଥିଲା | ରୋହନ ସେକ୍ଟର ୨୩ ରେ ରହୁଥିଲେ | ତାଙ୍କ ବାପା ପଞ୍ଜାବ ଇରିଗେସନ ବିଭାଗରେ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ଥିଲେ | ରୋହନଙ୍କ ମା’ ଜଣେ ଗୃହିଣୀ ଥିଲେ | ରୋହନଙ୍କ ବଡ ଭାଇ ବିବାହିତ ଏବଂ ସେ ନିଜ ପରିବାର ସହିତ ମୁମ୍ବାଇରେ ରହୁଥିଲେ |

ମଙ୍ଗଳବାର ଦିନ ଦ୍ଵିପ୍ରହରରେ ରୋହନ ଗ୍ୟାସ ସିଲିଣ୍ଡର ଧରି ଘରୁ ବାହାରିଥିଲେ | ଘରଲୋକ ପଚାରିବାରୁ ସେ କହିଥିଲେ ଯେ, ସେ ତାଙ୍କର ଜଣେ ସାଙ୍ଗକୁ ସିଲିଣ୍ଡର ଦେବାକୁ ଯାଉଛନ୍ତି | ଏହାପରେ ସେ ନିଜ ଘର ଠାରୁ କିଛି ଦୂରରେ ଥିବା ଏକ ସରକାରୀ ସ୍କୁଲ ନିକଟକୁ ଯାଇଥିଲେ |

ସ୍କୁଲ ନିକଟରେ ଥିବା ପାର୍କିଙ୍ଗ ଏରିଆରେ ସେ ନିଜ କାରକୁ ଛିଡ଼ାକଲେ | ଏହାପରେ ଡ୍ରାଇଭର ସିଟ ଛାଡି କାରର ପଛପଟ ସିଟରେ ଯାଇ ବସିପଡ଼ିଲେ | କୌଣସି ପ୍ରକାରେ ରୋହନ ସିଲିଣ୍ଡରରୁ ଗ୍ୟାସ ଲିକ କରିଥିଲେ | ଗ୍ୟାସ ଲିକ ହେବାପରେ ରୋହନ ନିଆଁ ଲଗାଇ ଦେଇଥିଲେ | ଯାହାଫଳରେ କାରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା | ଏହି ବିସ୍ଫୋରଣରେ ରୋହନଙ୍କ ମୃତ୍ୟୁ ହୋଇଛି | ତେବେ ରୋହନଙ୍କ ମୃତ୍ୟୁ ପଛରେ ସ୍କିନ ଆଲର୍ଜି ରହିଛି ନା ଆଉ କିଛି ସେନେଇ ପୋଲିସ ତଦନ୍ତ କରୁଛି |