ରାହୁଲ ଗାନ୍ଧୀଙ୍କଠୁ ଅଧିକ ଲୋକପ୍ରିୟ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସର୍ଭେରେ ଖୁଲାସା

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୦୨।୦୬: ଦେଶରେ ଜାରି କରୋନା ସଙ୍କଟ ମଧ୍ୟରେ ଏକ ଏଜେନ୍ସି ନେତାଙ୍କ ଲୋକପ୍ରିୟତାକୁ ନେଇ ଏକ ସର୍ଭେ କରିଛି। ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସବୁଠୁ ଅଧିକ ରହିଛି। ଅନ୍ୟପଟେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି ମାମଲାରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠୁ ମଧ୍ୟ ପଛରେ ଅଛନ୍ତି।

କଂଗ୍ରେସ ଶାସିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଯେଉଁଠି ଛତିଶଗଡ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଦଳ ମେଣ୍ଟ ସରକାରରେ ରହିଛି, ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ରାହୁଲ ଗାନ୍ଧୀଙ୍କଠୁ ଅଧିକ ରହିଛି। ଆଇଏନଏସ-ସି ଭୋଟର ଷ୍ଟେଟ୍‌ ଅଫ ଦ ନେସନ ୨୦୨୦ ସର୍ଭେରେ ଏହାର ଖୁଲାସା କରିଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଲୋକପ୍ରିୟତା ୮୧.୦୬ ପ୍ରତିଶତ ରହିଛି। ବାସ୍ତବରେ ୫୬.୭୪ ପ୍ରତିଶତ ଲୋକ ସଂପୂର୍ଣ୍ଣ ଭାବେ ବଘେଲଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି। ମହାରାଷ୍ଟ୍ରରେ ଯେଉଁଠି ମହା ବିକାଶ ଅଘାଡି କ୍ଷମତାରେ ରହିଛି ସେଠି କଂଗ୍ରେସ ମେଣ୍ଟରେ ଭାଗିଦାରୀ ଦଳ ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଲୋକପ୍ରିୟତା ରାଜ୍ୟରେ ମହାମାରୀ ସ୍ଥିତି ସତ୍ଵେ ବି ଉଚ୍ଚରେ ରହିଛି। ୭୬.୫୨ ପ୍ରତିଶତ ଲୋକ ଉଦ୍ଧବଙ୍କୁ ସମର୍ଥନ ଜଣାଇଥିବା ବେଳେ ୬୩.୭୨ ପ୍ରତିଶତ କହିଛନ୍ତି, ସେମାନେ ତାଙ୍କ କାମରେ ବହୁତ ସନ୍ତୁଷ୍ଟ ଅଛନ୍ତି। କେବଳ ୧୧.୩୬ ପ୍ରତିଶତ ଲୋକ ତାଙ୍କ କାମରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ଏକମାତ୍ର କଂଗ୍ରେସ ଶାସିତ କିମ୍ବା ମେଣ୍ଟ ଶାସିତ ମୁଖ୍ୟମନ୍ତ୍ରୀ ଯାହାଙ୍କ ଲୋକପ୍ରିୟତା କମ୍ ରହିଛି  ସେ ହେଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।  ତାଙ୍କୁ ମାତ୍ର ୨୭.୫୧ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ତଥାପି ଅମରିନ୍ଦର ରାହୁଲଙ୍କଠୁ ଲୋକପ୍ରିୟତା ମାମଲାରେ ଉପରେ ଅଛନ୍ତି।

ଆଉ ଏକ କଂଗ୍ରେସଶାସିତ ରାଜ୍ୟ ହେଉଛି ରାଜସ୍ଥାନ। ୨୦୧୮ରେ କଂଗ୍ରେସ ବିଜେପିକୁ ବେଦଖଲ କରି କ୍ଷମତାସୀନ ହୋଇଥିଲା। ଏହାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଲୋକପ୍ରିୟତା ୬୫.୬୧ ପ୍ରତିଶତ ରହିଛି। ରାଜ୍ୟର ୫୯.୭୧ ପ୍ରତିଶତ ଲୋକଙ୍କ କହିବା କଥା ସେମାନେ ଗେହଲଟ୍‌ଙ୍କ କାମରେ ବହୁତ ଖୁସି ଅଛନ୍ତି।


ଝାଡଖଣ୍ଡରେ କଂଗ୍ରେସ ମେଣ୍ଟ ସରକାରରେ ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କାମରେ ୬୧.୨୬ ପ୍ରତିଶତ ଲୋକ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବାସ୍ତବରେ କଂଗ୍ରେସ କିମ୍ବା ମହାମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପାର୍ଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କଠୁ ମଧ୍ୟ ଅଧିକ ରହିଛି।

ଉଦାହରଣ ସ୍ଵରୂପ ବଘେଲଙ୍କୁ ଯେଉଁଠି ୮୧.୦୬ ପ୍ରତିଶତ ଲୋକ ପସନ୍ଦ କରନ୍ତି ସେଠି ରାହୁଲଙ୍କୁ ମାତ୍ର ୬.୨ ପ୍ରତିଶତ ପସନ୍ଦ କରନ୍ତି। ସେହିପରି ସୋରେନଙ୍କୁ ୬୧.୨୬ ପ୍ରତିଶତ  ଲୋକ ସମର୍ଥନ କରୁଥିବା ବେଳେ ରାହୁଲଙ୍କୁ ମାତ୍ର ୧୦.୮୯ ପ୍ରତିଶତ ସମର୍ଥନ ମିଳିଛି। ଏହି ପରି ଉଦ୍ଧବ ଠାକରେଙ୍କୁ ୭୬.୫୨ ପ୍ରତିଶତ ଲୋକ ସମର୍ଥନ କରିଥିବା ବେଳେ ରାହୁଲଙ୍କୁ କେବଳ ୨୬.୧୧ ପ୍ରତିଶତ ସମର୍ଥନ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.