Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ପଶ୍ଟିମବଙ୍ଗରେ ଟିଏମ୍‌ସିକୁ କଡା ଟକ୍କର ଦେବ ବିଜେପି, କିନ୍ତୁ ରାଜ୍ୟରେ ପୁଣି ସରକାର ଗଢିବେ ମମତା : ସି-ଭୋଟର ସର୍ଭେ

19/01/2021 at 9:10 AM

କୋଲକାତା,୧୮/୧:  ପଶ୍ଟିମବଙ୍ଗରେ ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନରେ ମୁହାଁମୁହିଁ ହେବେ ବିଜେପି ଓ କ୍ଷମତାରେ ଥିବା ଟିଏମସି । ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଏବେଠୁ ପ୍ରଚାର ଲଢେଇରେ ପରସ୍ପର ପରସ୍ପରକୁ ତୀବ୍ର ଆକ୍ରମଣ କରୁଛନ୍ତି । ଟିଏମସିର ଅନେକ ନେତା ବିଜେପି ମୁହାଁ ହୋଇଛନ୍ତି । ଏହାମଧ୍ୟରେ ସି ଭୋଟର ସର୍ଭେର ତଥ୍ୟ ସାମ୍ନାକୁ ଆସିଛି ।

ସି ଭୋଟର ସର୍ଭେର ରିପୋର୍ଟ ଅନୁସାରେ, ମମତାଙ୍କ ଟିଏମସିକୁ ୨ ପ୍ରତିଶତ ଭୋଟ୍ ଓ ୫୩ଟି ଆସନର କ୍ଷତି ହେବ । ଏବିପି ସି ଭୋଟର ଅନୁସାରେ, ଦଳ ୪୩ ପ୍ରତିଶତ ଭୋଟ୍ ପାଇପାରେ । ଏହାସହ ଗତ ଥର ପାଇଥିବା ୨୧୧ ଆସନ ବଦଳରେ ପାଇବ ୧୮୫ ସିଟ୍ । ସେହିପରି ବିଜେପି ୩୭.୫ ପ୍ରତିଶତ ଭୋଟ୍ ସହ ୧୦୨ ଆସନ ଜିତିବ ବୋଲି ଅନୁମାନ କରାଯାଉଛି । ତେବେ ବାମଦଳ ଓ କଂଗ୍ରେସର ସିଟ୍ ସଂଖ୍ୟା ୩୦ରେ ସୀମିତ ରହିପାରେ ।

ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟର ମନପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କୁ ୪୮.୮ ପ୍ରତିଶତ ଭୋଟର ପସନ୍ଦ କରୁଥିବା ବେଳେ ଦ୍ୱିତୀୟରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଓ ତୃତୀୟରେ ସୌରଭ ଗାଙ୍ଗୁଲି ରହିଛନ୍ତି । ଏହାସହ ରାଜ୍ୟରେ ୩୭.୧୭ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରିଛନ୍ତି ବୋଲି ସର୍ଭେର ରିପୋର୍ଟରେ ପ୍ରକାଶ ପାଇଛି ।

   Related Posts