ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ : ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବାଜି ମାରିପାରେ କଂଗ୍ରେସ, ସେପଟେ ଛତିଶଗଡରେ କଂଗ୍ରେସ-ବିଜେପି ଭିତରେ ହୋଇପାରେ କଡା ଟକ୍କର
10/11/2018 at 2:14 PM

ନୂଆଦିଲ୍ଲୀ ୧୦|୧୧: ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ ଅନୁଯାୟୀ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବାଜି ମାରିପାରେ କଂଗ୍ରେସ । ସେପଟେ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ-ଟିଡିପି ମେଣ୍ଟକୁ ମିଳିପାରେ ବହୁମତ । ତେବେ ଛତିଶଗଡରେ କଂଗ୍ରେସ ଏବଂ ବିଜେପି ଭିତରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ସର୍ଭେ ଅନୁଯାୟୀ କଂଗ୍ରେସକୁ ରାଜସ୍ଥାନରେ ବହୁମତ ମିଳିପାରେ ତେବେ ମଧ୍ୟପ୍ରଦେଶରେ ମଧ୍ୟ ଆଗୁଆ ରହିପାରେ କଂଗ୍ରେସ । ୪ରାଜ୍ୟରେ ନିର୍ବାଚନ ନେଇ ଜୋରସୋର ପ୍ରଚାର ଚାଲିଥିବା ବେଳେ ଆସିଛି ସି-ଭୋଟର ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ କଂଗ୍ରେସକୁ ମିଳିପାରେ ୧୪୫ ଆସନ ଏବଂ ବିଜେପିକୁ ମିଳିପାରେ ୪୫ ଆସନ । ମଧ୍ୟପ୍ରଦେଶରେ କଂଗ୍ରେସକୁ ୧୧୭ ଏବଂ ବିଜେପିକୁ ୧୦୭ ଆସନ ଦେଇଛି ସି-ଭୋଟର ଓପିନିଅନ ପୋଲ୍ ସର୍ଭେ । ତେଲେଙ୍ଗାନାରେ କଂଗ୍ରେସ-ଟିଡିପିକୁ ମିଳିପାରେ ୬୪ ଆସନ । ଛତିଶଗଡରେ ସର୍ଭେ ଅନୁଯାୟୀ କଂଗ୍ରେସକୁ ୪୧ ଏବଂ ବିଜେପିକୁ ୪୩ ଆସନ ମିଳିପାରେ । ତେବେ ମିଜୋରାମ୍ ରେ କୌଣସି ଦଳକୁ ବହୁମତ ମିଳିନପାରେ । ମିଜୋ ନାସନାଲ୍ ଫ୍ରଣ୍ଟ ଆଗୁଆ ରହିପାରେ । ନଭେମ୍ବର ୧୨ରୁ ଡିସେମ୍ବର ୭ଭିତରେ ୪ଟି ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଭୋଟ ହେବ । ଡିସେମ୍ବର ୧୧ରେ ଭୋଟ ଗଣତି ହେବ ।
ଆସନ୍ତା ୧୨ତାରିଖ ଦିନ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ । ପ୍ରଥମ ପର୍ଯ୍ୟାୟରେ ଛତିଶଗଡର ୮ଟି ନକ୍ସଲ ପ୍ରଭାବିତ ଜିଲ୍ଲାର ୧୮ଟି ଆସନ ପାଇଁ ମତଦାନ ହେବ । ଏଥି ପାଇଁ ଆଜି ସଂଧ୍ୟାରେ ପ୍ରଚାର ସରିବ । ଶେଷ ଦିନରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଆଜି ଘୋଷଣାପତ୍ର ରିଲିଜ କରିବା ସହ ରାୟପୁର ଏବଂ ରାଜନନ୍ଦଗାଓଁରେ ରୋଡ୍ ସୋ କରିବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାହାଙ୍କ ସହ ପ୍ରଚାର କରିବେ । ସେପଟେ କାଙ୍କେର ଏବଂ କୋଣ୍ଡାଗାଁରେ ନିର୍ବାଚନୀ ରାଲି କରିବେ । ଗତକାଲି ଛତିଶଗଡ ପାଇଁ କଂଗ୍ରେସ ତାର ଘୋଷଣା ପତ୍ର ଜାରି କରିଥିବା ବେଳେ ଆଜି ମଧ୍ୟ ପ୍ରଦେଶ କଂଗ୍ରେସ ଜାରି କରିଛି ମାନିଫେଷ୍ଟୋ ।