Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅସାବଧାନତା ନାଁ ଅବହେଳା : ପ୍ରସବ ସମୟରେ କଟିଗଲା ଶିଶୁର ଚେହେରା, ଲାଗିଲା ୧୩ଟି ଷ୍ଟିଚ୍

22/06/2021 at 1:38 PM

ଆମେରିକା ୨୨/୬ : ଆମେରିକାରେ ରହୁଥିବା ଜଣେ ମହିଳାଙ୍କର ହୋଇଥିଲା ଜରୁରୀକାଳୀନ ସି-ସେକ୍ସନ୍ ଡେଲଭରୀ । କିନ୍ତୁ ସେ କେବେ ଭାବି ନଥିଲେ ଯେ ଏହି ପ୍ରସବ ହେତୁ ତାଙ୍କ ଶିଶୁର ଚେହେରା ନଷ୍ଟ ହୋଇଯିବ । ଏମିତି ହୋଇଛି କି ଶିଶୁର ମୁହଁରେ ଏକାଥରେ ପଡିଛି ୧୩ଟି ଷ୍ଟିଚ୍ । ରିଜାନା ୱିଲିୟମ୍ସ ନାମକ ଏହି ମହିଳା ପ୍ରସବ ବେଦନା ହୋଇଥିଲା ।

ଏଥିପାଇଁ ତାଙ୍କ ସ୍ୱାମୀ ତାଙ୍କୁ କଲରାଡୋ ସହରର ଡେନଭର ହେଲଥ କେୟାରରେ ଭର୍ତ୍ତି କରିଥିଲେ । ଏହି ଦମ୍ପତି ସେମାନଙ୍କର ଶିଶୁକୁ ସ୍ୱାଭାବିକ ଭାବରେ ପ୍ରସବ କରବା ପାଇଁ ଇଚ୍ଛୁକ ଥିଲେ । ଡାକ୍ତର ତାଙ୍କ ପ୍ରସବ ବେଦନା ବଢାଇବାକୁ ଯାଇ ଏକ ଔଷଧ ଦେଇଥିଲେ । ହେଲେ କିଛି ସମୟ ପରେ ଦେଖାଯାଇଥିଲା କି, ତାଙ୍କର ସି-ସେକ୍ସନ ଅପରେସନ ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ପରେ ଦେଖିବା ବେଳକୁ ଛୁଆର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ତାର ଗାଲରେ ଶକ୍ତ ଆଘାତ ଲାଗିଛି । ଶିଶୁଟିର ଅବସ୍ଥା ଏମିତି ହୋଇଥିଲା, ସେଥିପାଇଁ ତାକୁ ପାଷ୍ଟିକ ସର୍ଜରୀ କରିବା ନିହାତି ଦରକାର ଥିଲା । ସେପଟେ ଘଟଣା ସଂପର୍କରେ ଅବଗତ ନଥିଲ ଶିଶୁଟିର ମାଆ । ସେ ଜାଣିବା ପାଇଁ ଚେଷ୍ଟ କରିଥିଲେ ଘଟଣା କଣ ବୋଲି । ସେ କହିଛନ୍ତି ମୁଁ କ’ଣ ଘଟିଛି ବୁଝିବାକୁ ଚେଷ୍ଟା କରିଥିଲି ।

ହେଲେ କେବେ ବି ଭାବି ନଥିଲି ଯେ ସି-ସେକ୍ସନରେ ପିଲାର ଅବସ୍ଥା ଏପରି ହୋଇଯିବ ବୋଲି । ଶିଶୁ କନ୍ୟାଟିର ଜେଜେବାପା ୱାଲ୍ଟର ୱିଲିୟମ୍ସ କହିଛନ୍ତି ଯେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ମୋ ନାତୁଣୀ ଜନ୍ମ ହେବା ମାତ୍ରେ ପ୍ଲାଷ୍ଟିକ୍ ସର୍ଜରା କରାଗଲା । ତାସହ ଗାଲରେ ୧୩ଟି ସିଲେଇ ବି ହେଲା । ନାତୁଣୀର ଏ ଅବସ୍ଥା ଦେଖି ମୁଁ ଅତ୍ୟନ୍ତ ମର୍ମାହତ । ଡାକ୍ତରମାନେ ଦାୟିତ୍ୱ ନେଇ କାମ କରିବା କଥା । ଏମିତି ଅବହେଳ କରିବା କଥା ନୁହେଁ ।

   Related Posts