ସି.ଏ.ଜି ରିପୋର୍ଟ : ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ନାଁରେ ରାଜ୍ୟରେ ୭୭ କୋଟି ୮୪ ଲକ୍ଷ ଟଙ୍କା ଘୋଟାଲା
21/09/2018 at 1:39 AM

ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ନାଁରେ ରାଜ୍ୟରେ ୭୭ କୋଟି ୮୪ ଲକ୍ଷ ଟଙ୍କା ଘୋଟାଲା ହୋଇଛି। ୫୬ଟି ବାତ୍ୟା ଆଶ୍ରୟ ସ୍ଥଳ ତିଆରିରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ସି.ଏ.ଜି ଆଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ମାତ୍ରାଧିକ ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ସି.ଏ.ଜି। ଚାଉଳ ସଂଗ୍ରହ ଆବଣ୍ଟନରେ ଏଫ୍.ସି.ଆଇ.କୁ ଚାଉଳ ସ୍ଥାନାନ୍ତରଣ ବାବଦରେ ୧୦ କୋଟି ଟଙ୍କାର ଅଧିକ ପରିବହନ ଖର୍ଚ୍ଚ କରାଯାଇଥିବା ଉଲ୍ଲେଖ କରାଯାଇଛି।