ବିଧାୟକ ବ୍ୟୋମକେଶଙ୍କ ବାହାଘରରେ ଧୂମ୍ ନାଚିଲେ ଝିଅ ଆଶ୍ମି, ତାହା ଦେଖି ଭାବପ୍ରବଣ ହୋଇଗଲେ ବାପା, ଆଖିରେ ଲୁହ...

Published By : Prameya-News7 Bureau | July 05, 2021 IST

ଭଦ୍ରକ ୫।୭: ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ନିଜ ବୈବାହିକ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେ ପାରମ୍ପରିକ ରୀତିନୀତିରେ ସାଇଦର୍ଶିନୀଙ୍କୁ ବିବାହ କରିଛନ୍ତି । ସ୍ବସ୍ତି ଚିଲିକା ରିସୋର୍ଟଠାରେ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।

{"id":475859,"width":750,"height":431,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବିଧାୟକ ବ୍ୟୋମକେଶ ରାୟଙ୍କ ବିବାହ ସମାରୋହରେ ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଥମ ପତ୍ନୀ ନୀଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃଆରୀ ୩ ତାରିଖରେ ମୃତ୍ୟୁ ହୋଇଥିଲା। ବ୍ୟୋମକେଶ ଓ ନୀଳିମାଙ୍କର ଏକମାତ୍ର କନ୍ୟା ଅଛି । ତାଙ୍କ ବୟସ ଏବେ ୫ ବର୍ଷ । ଆଉ ତାଙ୍କ ନାଁ ହେଉଛି ଆଶ୍ମି ।

{"id":475860,"width":748,"height":430,"sizeSlug":"large","linkDestination":"none"}

ତେବେ ବିବାହ ଉତ୍ସବରେ ଆଶ୍ମିଙ୍କ ନାଚ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ନାଚରେ ଆଶ୍ମିଙ୍କର ନିଜ ବାପାଙ୍କ ପ୍ରତି ଭଲପାଇବା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଝିଅର ନାଚ ଦେଖି ବ୍ୟୋମକେଶ ରାୟଙ୍କ ଆଖିରେ ବି ଲୁହ ଆସିଯାଉଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.