Lockdownରେ ମିଳିଲାନି ଆମ୍ବୁଲାନ୍ସ, ଯୋଗାଡରେ ରୋଗୀଙ୍କୁ ଏପରି ହସ୍ପିଟାଲ ପହଞ୍ଚାଇଲେ ଯୁବକ

Published By : Prameya-News7 Bureau | April 26, 2020 IST

ଆଗରା: କରୋନା ସଂକ୍ରମଣରେ ମହାରାଷ୍ଟ୍ର ପଛକୁ ଆସୁଥିବା ରାଜ୍ୟଙ୍କ ସୂଚୀରେ ଉତ୍ତରପ୍ରଦେଶ ବି ଅଛି। ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ଲକଡାଉନ୍‌କୁ ରାଜ୍ୟର ଯୋଗୀ ସରକାର ମଧ୍ୟ କଡାକଡି ଲାଗୁ କରିଛନ୍ତି। ସାରା ରାଜ୍ୟ ଲକଡାଉନ୍‌ରେ ଥିବାବେଳେ ଏବେ ଜରୁରି ପରିସ୍ଥିତିରେ ଆମ୍ବୁଲାନ୍ସ ଉପଲବ୍ଧ କରିବା ଅନେକଙ୍କ ପକ୍ଷରେ ସମ୍ଭବ ହୋଇପାରୁନି। ଏଥିରେ ଜନୈକ ଯୁବକଙ୍କ ଯୋଗାଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣକ ନିଜ ବାଇକ୍‌କୁ ଆମ୍ବୁଲାନ୍ସରେ ପରିଣତ କରି ଲୋକଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ସହାୟତା କରୁଛନ୍ତି। ଜନୈକ ଯୁବତୀ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି।

ଯଦିଓ ଯୁବକଙ୍କ ବାଇକ୍ ଆମ୍ବୁଲାନ୍ସରେ ରୋଗୀଙ୍କୁ ଆରାମରେ ଶୁଆଇକି ନେଇ ହେଉନି ତେବେ ତାଙ୍କୁ ବସାଇ ବେଶ ସୁବିଧାଜନକ ଭାବେ ଯୁବକ ହସ୍ପିଟାଲରେ ପହଞ୍ଚାଇ ଦେଉଛନ୍ତି। ଭିଡିଓରେ ଗୋଡରେ ପ୍ଲାଷ୍ଟର ହୋଇଥିବା ଜନୈକ ରୋଗୀ ବାଇକରେ ହସ୍ପିଟାଲ ଯାଉଥିବା ଦେଖାଯାଉଛି। ଯୁବକଙ୍କ ବାଇକ୍ ଆମ୍ବୁଲାନ୍ସକୁ ଏମଜି ରୋଡରେ ଦେଖି ଏହି ଭିଡଓ ପ୍ରସ୍ତୁତ କରିଥିଲେ ଯୁବତୀ। ସେତେବେଳେ ବାଇକ୍ ଆମ୍ବୁଲାନ୍ସ ବ୍ୟକ୍ତିଙ୍କ ଚିକିତ୍ସା କରାଇ ତାଙ୍କ ଘରକୁ ଛାଡିବାକୁ ଯାଉଥିଲା।

ବାଇକ୍‌ରେ ରୋଗୀଙ୍କୁ ଆରାମରେ ବସାଇ ହସ୍ପିଟାଲ ପହଞ୍ଚାଇବାକୁ ଚାଳକଙ୍କ ସମେତ ୩ ଜଣଙ୍କର ଆବଶ୍ୟକତା ପଡୁଛି। ଏଣୁ ଯୁବକ ରୋଗୀଙ୍କ ସମେତ ୪ ଜଣଙ୍କର ବସିବା ଲାଗି ତାଙ୍କ ବାଇକ୍‌ ଆମ୍ବୁଲାନ୍ସରେ ବନ୍ଦୋବସ୍ଥ କରିଛନ୍ତି। ବାଇକ୍ ଷ୍ଟାର୍ଟ ହୋଇଗଲେ ସମସ୍ତେ ରୋଗୀଙ୍କ ସହ ହସ୍ପିଟାଲରେ ପହଞ୍ଚୁଛି।  ଆମ୍ବୁଲାନ୍ସ ଜରୁରି ଆବଶ୍ୟକତାରେ ମିଳୁନଥିଲେ ଏବେ ଯୁବକଙ୍କୁ ଫୋନ କରିବା ମାତ୍ରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.