ବିକ୍ରି ହେବ ଆକାଶ ଟ୍ୟୁଟୋରିୟାଲ ! ଦେଶର ସବୁଠାରୁ ବଡ କୋଚିଂ ଇନଷ୍ଟିଚ୍ୟୁଟ୍‌କୁ କିଣିବ Byju’s

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ ୧୫/୦୧ : ମେଡିକାଲ ପରୀକ୍ଷା ଏବଂ ଇଂଜିନିୟରିଂ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଉଥିବା ଆକାଶ ଟ୍ୟୁଟୋରିୟାଲ ବିକ୍ରି ହେବାକୁ ଯାଉଛି । ଆକାଶ ଟ୍ୟୁଟୋରିୟାଲକୁ  ୭୩୧୫ କୋଟି ଟଙ୍କାରେ କିଣିବ ଦେଶର ସବୁଠାରୁ ବଡ ଅନଲାଇନ୍ ଲର୍ଣ୍ଣି କମ୍ପାନୀ Byju’s ।

ଖବର ଅନୁଯାୟୀ, ଆକାଶ ଟ୍ୟୁଟୋରିୟାଲ ଆସନ୍ତା ୨ରୁ ୩ ମାସ ମଧ୍ୟରେ ବିକ୍ରି ହେବାକୁ ଯାଉଛି । ଶିକ୍ଷା​‌ କ୍ଷେତ୍ରରେ ଏହା ବିଶ୍ବର ସବୁଠୁ ବଡ ପ୍ଲାଟଫର୍ମ୍ ମଧ୍ୟରୁ ଗୋଟିଏ । ବର୍ତ୍ତମାନ ଏହାକୁ କିଣିବାକୁ ଯାଉଛି Byju's । କରୋନା ମହାମାରୀ ସମୟରେ Byju’s ଛାତ୍ରଛାତ୍ରୀମାନଙ୍କୁ ଣିକ୍ଷା ଦାନକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମହାମାରୀ ସମୟରେ Byju’s ୧୨ ଆରବ ଡଲାରର ବଜାର ମୂଲ୍ୟ ନିବେଶ କରିଥିଲା । ବର୍ତ୍ତମାନ Byju’s ଆପରେ ଫେସବୁକ୍‌ ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ଟାଇଗର ଗ୍ଲୋବାଲ୍ ମ୍ୟାନେଜମେଣ୍ଟ ଆଣ୍ଡ ବଣ୍ଡ୍ କ୍ୟାପିଟାଲର ନିବେଶ ରହିଛି ।

ଆକାଶ ଏଜୁକେସନାଲ ସର୍ଭିସ୍‌ ଦେଶରେ ଇଂଜିନିୟରିଂ ଏବଂ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରମୁଖ କୋଚିଂ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ । ଭାରତରେ ଆକାଶ ଇନଷ୍ଟିଚ୍ୟୁଟ୍‌ ନାମରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କୋଚିଂ ସେଣ୍ଟର ରହିଛି । ଏହି ଶିକ୍ଷାନୁଷ୍ଠାନରେ ପାଖାପାଖି ୨.୫ ଲକ୍ଷରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ କରନ୍ତି । ଏହା ବାଦ ଆକାଶ ଇନଷ୍ଟିଚ୍ୟୁଟ୍‌ ସହ ବ୍ଲାକ୍‌ଷ୍ଟୋନ୍‌ କମ୍ପାନୀର ପ୍ରାୟ ୩୭.୫ ପ୍ରତିଶତ ସେୟାର ମଧ୍ୟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.